ନିମ୍ନମାନର ହେଉଛି ରାସ୍ତାକାମ । ରାସ୍ତା କାମକୁ ବିରୋଧ କଲେ ଲୋକେ । ଠିକାଦାର କରୁଛନ୍ତି ମନମୁଖୀ କାମ ।

59

କନକ ବ୍ୟୁରୋ: ନିମ୍ନମାନର ଚାଲିଛି ରାସ୍ତାକାମ । ବହୁବାର ଅଭିଯୋଗ କରିବା ପରେ ରାସ୍ତା କାମ ଆରମ୍ଭ ହୋଇଥିଲା । ହେଲେ ଠିକାଦାରଙ୍କ ମନମୁଖୀ କାମ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କଳାହାଣ୍ଡି ଜୟପାଟଣାଠାରୁ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢୁଲୁ ଘାଟି ରାସ୍ତା କାମ ଆସିଥିଲା । କାମ ଆସିବା ପୂର୍ବରୁ ଲୋକେ ନିଜ ଶ୍ରମ ଦାନ କରି କରିଥିଲେ ଅସ୍ଥାୟୀ ଘାଟି । ତା ପରେ କାମ ଆରମ୍ଭ ହୋଇଥିଲେ ବି ନିମ୍ନମାନର କରାଯାଉଥିବା ହୋଇଛି ଅଭିଯୋଗ । ୧୮ କିଲୋମିଟର ରାସ୍ତା ପାଇଁ ବ୍ୟୟବରାଦ ହୋଇଛି । ହେଲେ ରାସ୍ତା ଅଣଓସାରିଆ ଭାବେ କରାଯାଉଛି । ବାରମ୍ବାର ଅଭିଯୋଗ କରାଯାଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

ନିମ୍ନମାନର କାମ ସାଙ୍ଗକୁ ଠିକାଦାରଙ୍କ ମନମୁଖୀ କାମ ଚାଲିଛି । ଏହି ରାସ୍ତା ନେଇ ଲୋକଙ୍କ ମନରେ ଅନେକ ଆଶା ଥିଲା । ଗମନାଗମନରୁ ନେଇ ସମସ୍ତ ପ୍ରକାରର ଯାତାୟାତ ସୁବିଧା ହୋଇପାରିବ । ହେଲେ ଲୋକଙ୍କ ଆଶା ଏବେ ମଉଳିବାରେ ଲାଗିଛି । ନିମ୍ନମାନର କାମ ହେଉଥିବା ବେଳେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାର ଅଭିଯୋଗ କରିଛନ୍ତି ଲୋକେ । ତେବେ ମରଣଯନ୍ତା ପାଲଟିଥିବା ଏହି ରାସ୍ତା ଉପରେ ଗୁରୁତ୍ୱ ଦିଆଯାଇ ସଠିକ୍ ଭାବେ ମରାମତି କରାଯାଇପାରିଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ।