ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନସାରୀଙ୍କ ମୃତ୍ୟୁର ହେବ ତଦନ୍ତ । ୟୁପି ସରକାର ଦେଲେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ

584

କନକ ବ୍ୟୁରୋ: ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର କେମିତି ହେଲା ମୃତ୍ୟୁ? ଏନେଇ ନ୍ୟାୟିକ ତଦନ୍ତ କରିବାକୁ ରାଜ୍ୟ ସରକାର ଦେଲେ ଅନୁମତି । ଅନସାରୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଓ ବନ୍ଧୁ ପରିଜନ ସନ୍ଦେହ କରୁଥିବାବେଳେ ଏହାର ତଦନ୍ତ କରିବାକୁ ଦାବି କରିଥିଲେ । ଗୁରୁବାର ରାତିରେ ଅନସାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜେଲ୍ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ହେଲେ ଏ କଥାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ତାଙ୍କ ପରିବାର ଲୋକ । ବିଷ ଦେଇ ଅନସାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ୟୁପିର ଯୋଗୀ ସରକାରୀ ଅନସାରୀ ମୃତ୍ୟୁର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅନସାରୀଙ୍କ ପୁଅ ଉମର କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି । ପୋଷ୍ଟମର୍ଟମ ପରେ ତଥ୍ୟ ସ୍ପଷ୍ଟ ହେବ ନିଶ୍ଚୟ । ଦିଲ୍ଲୀ ଏମ୍ସରେ ପୋଷ୍ଟମର୍ଟମ କରାଇବାକୁ ଅପିଲ୍ କରିଛନ୍ତି ପୁଅ ଉମର ଅନସାରୀ । ସେପଟେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି ।