ଫିଫା ବିଶ୍ୱକପର ପାଇନାଲ ମ୍ୟାଚ ହେବ ମେସିଙ୍କ ପାଇଁ ଶେଷ ମ୍ୟାଚ୍, ଅବସର ଘୋଷଣା କଲେ ମେସି

498

କନକ ବ୍ୟୁରୋ : ଫିଫା ବିଶ୍ୱକପ ସେମିଫାଇନାଲରେ କ୍ରୋଏସିଆକୁ ଆର୍ଜେଟିନା ୩-୦ରେ ହରାଇବା ପରେ ବଡ ଘୋଷଣା କରିଛନ୍ତି ଦଳର ଷ୍ଟାର ଖେଳାଳୀ ଲିଓନେଲ ମେସି । ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚ ତାଙ୍କର ଶେଷ ବିଶ୍ୱକପ ହେବ ବୋଲି କହିଛନ୍ତି ଏହି ଫୁଟବଲ କିମ୍ଭଦନ୍ତୀ । ଆର୍ଜେଟିଂନା ପକ୍ଷରୁ ମେସି ସର୍ବାଧିକ ଗୋଲ କରିଛନ୍ତି । ମେସି ବିଶ୍ୱକପରେ ୧୧ ଟି ଗୋଲ କରିଥିବା ବେଳେ ଗାବ୍ରିଏଲ ୧୧ଟି ଗୋଲ କରିଛନ୍ତି ।

ମେସି ଅବସର ନେଇ ଘୋଷଣା କରିବା ପରେ କୋଲକତାର ଏକ ମିଠା ଦୋକାନୀ ମେସିଙ୍କ ଫଟୋ ଥିବା ମିଠା ପ୍ରସ୍ତୁତ କରୁଛନ୍ତି । ଏପଟେ ବୁଧବାର ସନ୍ଧ୍ୟା ସାଢେ ୮ ଟା ବେଳେ ଦ୍ୱିତୀୟ ସେମିଫାନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଗତଥର ଚମ୍ପିୟନ ଫ୍ରାନ୍ସକୁ ଭେଟିବ ମୋରୋକା । ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାନାଲକୁ ଯାଇଥିବା ମୋରୋକା ଯଦି ଫାଇନାଲକୁ ଯାଏ, ତେବେ ଫିଫା ଇତିହାସ ରେକର୍ଡ ହେବ । କିନ୍ତୁ ଫ୍ରାନ୍ସ ଏହି ମ୍ୟାଚରେ ଫେଭୋରାଟ ଭାବେ ଗଣାହେଉଛି । କୁହାଯାଉଛି ଫାଇନାଲରେ ଫ୍ରାନ୍ସ ଏବଂ ଆର୍ଜେଟିଂନା ମଧ୍ୟରେ ଟକ୍କର ଦେଖିବକାୁ ମିଳିବ ।