ଚୀନ ଓ ଭାରତର ସୀମା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ, ଆଲୋଚନା ଦାବି କଲେ ବିରୋଧୀ

75

କନକ ବ୍ୟୁରୋ : ଚୀନ, ଭାରତ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ବୁଧବାର ସଂସଦର ଉଭୟ ଗୃହରେ ଉତେଜନା ଦେଖିବାକୁ ମଳିଛି । ବିରୋଧୀ ଦଳଗୁଡିକ ଚୀନ-ଭାରତ ସେନା ସଂଘର୍ଷ ଉପରେ ଆଲୋଚନା କରିବାକୁ ଦାବି ପରେ ସ୍ଥିତି ସରଗରମ ରହିଛି । ସରକାର ଏବିଷୟରେ ଆଲୋଚନା କରିବାକୁ ଦେଉନଥିବାର ଅଭିଯୋଗ କରି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏବଂ ଟିଏମସି ସାଂସଦମାନେ ଲୋକସଭାରୁ ଉଠି ପଳାଇଯାଇଥିଲେ ।

ପ୍ରଶ୍ନକାଳ ଶେଷ ହେବା କ୍ଷଣି ଲୋକସଭାର କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଭାରତ-ଚୀନ ସୀମା ବିବାଦ ଉପରେ  ଆଲୋଚନା କରିବାକୁ ଦାବି କରିଥିଲେ । ୧୯୬୨ରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଲୋକସଭାରେ ଭାରତ-ଚୀନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ୧୬୫ ଜଣ ସାଂସଦଙ୍କୁ କହିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏବେ କାହାକୁ କହିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ଯାହାକୁ ନେଇ ଗୃହରେ ଉତେଜନା ଦେଖିବାକୁ ମିଳିଥିଲା ।