ପାଠପଢା ଚାଲିଥିବା ବେଳେ ବଜ୍ରପାତ: ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି

454

କନକ ବ୍ୟୁରୋ: ପାଠ ପଢା ଚାଲିଥିବା ବେଳେ ବଜ୍ରପାତ । ଗୁରୁତର ହୋଇପଡ଼ିଲେ ଛାତ୍ରଛାତ୍ରୀ । ଦେବଗଡ଼ ତିଳେଇବଣୀ ବ୍ଳକ ବଡ଼ଛାପଲ ପଂଚାୟତ କୁଟୁରାପସି ବିଦ୍ୟାଳୟରେ ଘଟିଛି ଘଟଣା । ଗୁରୁତର ଅବସ୍ଥାରେ ଛାତ୍ର ଛାତ୍ରୀ ମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଲଘୁଚାପ ଯୋଗୁ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ମଧ୍ୟାହ୍ମ ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତ ଯୋଗୁ ବିଦ୍ୟାଳୟର ସମସ୍ତ ବିଦ୍ୟୁତ ଉପକରଣ ପୋଡିଯିବା ସହ ଚଟାଣ ଫାଟି ଯାଇଥିଲା । କିଛି ଛାତ୍ରୀ ବଜ୍ରପାତରେ ଗୁରୁତର ଭାବେ ଆହତ ହୋଇପଡ଼ିଛନ୍ତି । ସମସ୍ତ ଗୁରୁତର ଛାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତି କରାଯାଇଛି ।