ଛାତ୍ରଙ୍କ ଗୁଣ୍ଡାଗିର ! ଅନୁଗୁଳ ସରକାରୀ କଲେଜ ଅଧ୍ୟାପକଙ୍କୁ କ୍ଲାସରୁ ଉଠାଇ ନେଇ ପିଟିଲେ ଛାତ୍ର

23

କନକ ବ୍ୟୁରୋ : ଅନୁଗୁଳ ସରକାରୀ କଲେଜରେ ଛାତ୍ରଙ୍କ ଗୁଣ୍ଡାଗିରି । କ୍ଲାସରୁମ୍ ଭିତରୁ ଅଧ୍ୟାପକଙ୍କୁ ଉଠାଇନେଇ ପିଟିଲେ ଛାତ୍ର । କପିକୁ କେନ୍ଦ୍ରକରି ମାଡ ମାରିବା ସହ ଅପହରଣ କରିଥିବା ନେଇ ଅଧବାଟରେ ଅଧ୍ୟାପକଙ୍କୁ ଛାଡିଲେ ଛାତ୍ର । ଦର୍ଶନ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ ବେଉରାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କଲେଜର ସିସିଟିଭି ଫୁଟେଜରୁ ଜଣେ ଛାତ୍ର ଅଧ୍ୟାପକଙ୍କୁ ଟାଣି ଟାଣି ନେଉଥିବା ଭିଡିଓ କ୍ଲିପ୍‌ ପୁଲିସ ଜବତ କରିଛି । ଅଭିଯୁକ୍ତ ଛାତ୍ରମାନେ ଫେରାର ରହିଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଁଛି ଅନୁସନ୍ଧାନ ଆରମ୍ଭ କରିଛି ।