ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ଜୋରଦାର ହେବ ପ୍ରଚାର : ରାଲି କରି ଭୋଟ୍ ମାଗିବେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଓ ନେତା

155

କନକ ବ୍ୟୁରୋ : ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ଏଥିପାଇଁ ଜୋର ଧରିଲାଣି ପ୍ରଚାର । ଝାରସୁଗୁଡ଼ାରେ ଡେରା ପକାଇଲେଣି ତିନି ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀ । ଆଜିଠାରୁ ଝାରସୁଗୁଡ଼ାରେ ପ୍ରଚାରକୁ ଅଧିକ ଜୋରଦାର କରାଯିବ । ରାଲି କରି ଭୋଟ୍ ମାଗିବେ ପ୍ରାର୍ଥୀ ଓ ସମର୍ଥକ । ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ଚେଷ୍ଟା କରିବେ । ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ପାଇଁ ଉପନିର୍ବାଚନ ହେବ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନବାଗତଙ୍କୁ ପ୍ରାର୍ଥୀ କରାଯାଇଛି । ତେଣୁ ଏଥର ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।