ଗିନିଜ୍ ବୁକରେ ନାଁ କରିବାକୁ ପ୍ରୟାସ : ସୁମିତ ସିଂହ ଆରମ୍ଭ କଲେ ମାରାଥନ ଦୌଡ଼; ୩୦ ଦିନରେ ଅତିକ୍ରମ କରିବେ ୧୩୯୨ କିଲୋମିଟର ରାସ୍ତା

94

କନକ ବ୍ୟୁରୋ : ଗିନିଜ୍ ବୁକ୍ରେ ନାଁ କରିବାକୁ ମାରାଥନ । ରାଉରକେଲା ବାସନ୍ତୀ କଲୋନୀର ସୁମିତ ସିଂହ ମାରାଥନ ଦୌଡ଼ ଆରମ୍ଭ କରିଛନ୍ତି । ଗତକାଲି ସଂଧ୍ୟାରେ ସୁମିତ ଉଦିତନଗର ପଡ଼ିଆରେ ଏହି ମାରାଥନ ଆରମ୍ଭ କରିଛନ୍ତି । ଆଗାମୀ ୩୦ ଦୈନିକ ଯାଏଁ ୪୨ ଦଶମିକ ୨ କିଲୋମିଟର ଦୌଡ଼ିବେ । ମୋଟ୍ ୧୩୯୨ ଦଶମିକ ୬ କିଲୋମିଟର ଦୌଡ଼ିବେ ସୁମିତ । ସୁମିତ ପ୍ରତିଦିନ ସଂଧ୍ୟା ୬ଟାରୁ ଏହି ମାରାଥନ ଆରମ୍ଭ କରିବେ । ପୂର୍ବରୁ ଜଣେ କ୍ରୀଡ଼ାବିତ୍ ୩୦ ଦିନରେ ଲଗାତର ୩୧ ଥର ମାରାଥନ ଦୌଡ଼ି ଗିନିଜ୍ ବୁକ୍ରେ ନାଁ କରିଥିଲେ । ଏହି ରେକର୍ଡକୁ ନିଜ ନାଁରେ କରିବା ପାଇଁ ସୁମିତ ମୋଟ୍ ୩୩ ଥର ମାରାଥନ ଦୌଡ଼ିବାକୁ ସ୍ଥିର କରିଛନ୍ତି । ସୁମିତ ହେଉଛନ୍ତି ଷ୍ଟକ୍ ମାର୍କେଟ୍ କନ୍ସଲଟାଂଟ, ହେଲେ ନିଶା ତାଙ୍କର ଦୌଡ଼ିବା ।