ଶତ୍ରୁ ପାଇଁ କାଳ ସାଜିବ ସୁଇସାଇଡ୍ ଡ୍ରୋନ୍ । ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ, ଘରେ ପଶି ଶତ୍ରୁକୁ ବିନାଶ କରିବ ନାଗାସ୍ତ୍ର

187

କନକ ବ୍ୟୁରୋ : ଅନେକ ଆଲୋଚନା, ଅନେକ ବୁଝାବଣା ସତ୍ୱେ ବି ସୀମାରେ ଶତ୍ରୁ ତାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରୁନାହିଁ । ଗତ କିଛି ଦିନ ତଳେ ଜମ୍ମୁକାଶ୍ମୀର ପୁଂଛରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣ ଯବାନ ସହୀଦ ହୋଇଯାଇଛନ୍ତି । ଆଉ ଏହି ଭଳି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ନାଗାସ୍ତ୍ର-୧ ଡ୍ରୋନ୍ । ଯାହାକୁ ସୁଇସାଇଡ୍ ଡ୍ରୋନ୍ ମଧ୍ୟ କୁହାଯାଉଛି । କାହିଁକି ନା ଏହା ଶତ୍ରୁର ଘରେ ପସି ଆକ୍ରମଣ କରିବ । ସବୁକିଛି ଧ୍ୱସ୍ତ ବିଧ୍ୱସ୍ତ କରିଦେବ ।

ନାଗପୁରରେ ଅପସ୍ଥିତ ସ୍ୱଦେଶୀ ଡିଫେନ୍ସ କମ୍ପାନୀ ସୋଲାର୍ ଇଣ୍ଡଷ୍ଟ୍ରି ଠାରୁ ୪୫୦ଟି ନାଗାସ୍ତ୍ର-୧ କିଣୁଛି ଭାରତୀୟ ସେନା । ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଏହି କମ୍ପାନୀ ଇଜ୍ରାଏଲ ଏବଂ ପୋଲାଣ୍ଡକୁ ପଛରେ ପକାଇ ଏହି ଡ୍ରୋନ୍ ତିଆରି କରିବାର ଡିଲକୁ ହାସଲ କରିଛି । ନାଗାସ୍ତ୍ର ହେଉଛି ଏକ ସୁଇସାଇଡ୍ ଡ୍ରୋନ୍ । ତେବେ ଏକ ବର୍ଷ ମଧ୍ୟରେ ଏହି କମ୍ପାନୀ ଡିଲ୍ ଅନୁସାରେ ଭାରତୀୟ ସେନାକୁ ସମସ୍ତ ଡ୍ରୋନ୍ ପ୍ରଦାନ କରିବ ।

ଗତ ଏକ ବର୍ଷ ମାର୍ଚ୍ଚ ୨୧ ଏବଂ ୨୩ ତାରିଖରେ ଚୀନ୍ ସୀମା ନିକଟସ୍ଥ ଲଦାଖର ନୁବ୍ରା ଘାଟିରେ ସଫଲ ପରୀକ୍ଷଣ ହୋଇଥିଲା । ଅର୍ଥାତ୍ ଭବିଷ୍ୟତରେ ଆଉ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଅପରେସନ୍ କରିବାକୁ ପଡିବ ନାହିଁ । ସୀମା ଏପାରିରୁ ଡ୍ରୋନ୍ ଉଡିବ, ସୀମାର ଆରପାରିରେ ଶତ୍ରୁ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଦେବ ।

ଯଦି ଆମେ ଏହି ଡ୍ରୋନର ମାରକ କ୍ଷମତା ବାବଦରେ କହିବା ତେବେ, ନାରାସ୍ତ୍ରର ଦୁଇଟି ଯାକ ଭ୍ୟାରିଆଣ୍ଟ୍ ୪୫୦୦ ମିଟର ଉଚ୍ଚତା ଯାଏଁ ଉଡିପାରିବ । ଏହାର ଅପରେଶନ୍ ରେଞ୍ଜ୍ ୧୫କିମି ରହିଛି । ଶତ୍ରୁର ଟ୍ୟାଙ୍କ୍, ବଂକର, ଅସ୍ତ୍ରଶସ୍ତ୍ର ଡିପୋ ଏବଂ ସୈନ୍ୟ ସମୁହ ଉପରେ ଘାତକ ଆକ୍ରମଣ କରିପାରିବ । ଏହି ଡ୍ରୋନର ଦୁଇଟି ଭାରିଆଣ୍ଟ୍ ରହିଛି । ପ୍ରଥମଟିକୁ ଏଲଏମ୍-୦ କୁହାଯାଉଥିବା ବେଳେ ଅନ୍ୟଟିକୁ ଏଲଏମ୍-୧ କୁବାଯାଇଥାଏ । ଏଲଏମ୍-୦କୁ ହାତ କିମ୍ବା ଟ୍ରାଇପଏଡ୍ ଜରିଆରେ ଉଡା ଯାଇଥାଏ । ଏହା ଏକା ଥରକେ ୬୦ ମିଟର ପର୍ଯ୍ୟନ୍ତ ଉଡିପାରିଥାଏ । ଏହି ଡ୍ରୋନରେ ୧କିଲୋଗ୍ରାମର ବିସ୍ଫୋଟକ ଭରିକରି ରଖା ଯାଇଥାଏ । ଆକ୍ରମଣ କରିବା ସ୍ଥାନରେ ଏହାର ବ୍ୟବହାର କରାଯାଇଥାଏ । ଏହାର ଆକ୍ରମଣରେ ୨୦ ମିଟର ରେଞ୍ଜ ଭିତରେ ଆସୁଥିବା ଶତ୍ରୁର ଶିବିର, ବଙ୍ଗର, ଟ୍ୟାଙ୍କର ସବୁକିଛି ମାଟିରେ ମିଶିଯାଇଥାଏ ।

ଠିକ୍ ସେହିଭଳି ଏହାର ଦ୍ୱିତୀୟ ଭାରିଆଣ୍ଟ ୯୦ମିଟର ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଥାଏ । ଏଥିରେ ଡ୍ୟୁଲ୍ ସେନ୍ସର ଲଗାଯାଇଛି । ଯାହା ସାହାଯ୍ୟରେ ଦିନ ଏବଂ ରାତିରେ କାମ କରିହେବ । ଏହାର ଓଜନ ମାତ୍ର ୧୧କେଜି । ଏଥିରେ ୪କେଜିର ବିସ୍ଫୋରକ ଫିଟ୍ କରାଯାଇପାରିବ । ଆଉ ଏହା ଭୟଙ୍କର ବିସ୍ଫୋରଣ କରିଥାଏ ।

ତେବେ ଏହି ଡ୍ରୋନ୍ ଭାରତୀୟ ସେନା ହାରକୁ ଏହି ସୁଇସାଇଡ୍ ଡ୍ରୋନ୍ ଆସିଲେ ଉଭୟ ଚୀନ୍ ଏବଂ ପାକିସ୍ତାନର ଘରେ ପସି ଆକ୍ରମଣ କରାଯାଇପାରିବ । କୌଣସି ସର୍ଜିକାଲ୍ ଷ୍ଟ୍ରାଇକ ଭଳି ଅପରେସନ୍ କରିବାକୁ ପଡିବ ନାହିଁ ।