୨୦୧୬ ଡିସେମ୍ବର ୫ରେ ନୁହେଁ ୪ ତାରିଖରେ ହୋଇଥିଲା ଆମ୍ମାଙ୍କ ମୃତ୍ୟୁ , ଶଶୀକଳାଙ୍କ ସମେତ ୪ଜଣଙ୍କ ଉପରେ ସଂଗୀନ ଅଭିଯୋଗ

231

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ହେବ ଯେଉଁ ସନ୍ଦେହ ଥିଲା ତାକୁ ଏବେ ଅଧିକ ଘନୀଭୂତ କରିଛି କରିଛି ମାମଲାର ଯାଂଚ କରୁଥିବା ଅରୁମୁଗାସ୍ୱାମୀ ଯାଂଚ କମିଟିର ରିପୋର୍ଟ । ଅରୁମୁଗାସ୍ୱାମୀ ଯାଂଚ କମିଟି ରିପୋର୍ଟରେ ଏଭଳି କିଛି କଥା କୁହାଯାଇଛି କି ଯାହା ଜୟଲଳିତାଙ୍କ ଡେଥ ମିଷ୍ଟ୍ରିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଅରୁମୁଗାସ୍ୱାମୀ ଯାଂଚ କମିଟି ରିପୋର୍ଟ:
• ଜୟଲଳିତାଙ୍କ ମୃତ୍ୟୁ ୨୦୧୬ ଡିସେମ୍ବର ୪ ତାରିଖ ଅପରାହ୍ନ ୩ଟାରୁ ୩.୩୦ ଭିତରେ ହୋଇଛି
• ଡିସେମ୍ବର ୫ ତାରିଖ ରାତି ୧୧ଟା ୩୦ରେ ମୃତ୍ୟୁ ଖବର ମିଛ
• ଆମ୍ମାଙ୍କ ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ସନ୍ଦେହଘେରରେ ରହିଛି
• ଜୟଲଳିତା ଓ ଭିକେ ଶଶିକଳାଙ୍କ ଭିତରେ ସର୍ମ୍ପକ ଭଲ ନଥିଲା
• ଜୟଲଳିତାଙ୍କୁ ଉତ୍ତମ ଚିକିତ୍ସା ପାଇଁ କାହିଁକି ବିଦେଶକୁ ନିଆଗଲାନି ?
• ଡାକ୍ତରଙ୍କ ପରାର୍ମଶ ସତ୍ୱେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କାହିଁକି କରାଗଲାନି ?
• ପାନେଲ ଏକଥା ମଧ୍ୟ ସୁପାରିଶ କରିଛି କି ଜୟଲଳିତଙ୍କା ମୃତ୍ୟୁର ପୁଣି ଥରେ ତଦନ୍ତ କରାଯାଉ ।
• ଆମ୍ମାଙ୍କ ମୃତ୍ୟୁର ଯାଂଚ ପ୍ରାକୃତିକ ମୃତ୍ୟୁ ନୁହେଁ ବଂର ଏକ ଷଡଯନ୍ତ୍ର ଭାବେ ତଦନ୍ତ କରାଯାଉ

ଏହି ଯାଂଚ କମିଟି ରିପୋର୍ଟରେ ଶଶୀକଳା, ଜୟଲଳୀତାଙ୍କ ଚିକତ୍ସା କରିଥିବା ଡକ୍ଟର କେଏସ ଶିବକୁମାର, ତାମିଲନାଡୁର ପୂର୍ବ ସ୍ୱାସ୍ଥ୍ୟ ସଚିବ ରାଧାକ୍ରର୍ଷ୍ଣ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି,ବିଜୟଭାସ୍କରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ଓ ଏମାନଙ୍କ ବିରୋଧରେ ପୁଣି ଥରେ ଯାଂଚ କରିବାକୁ ରାଜ୍ୟସରକାଙ୍କୁ କହିଛି କମିଟି ।

 

ମଙ୍ଗଳବାର ତାମିଲନାଡୁ ସରକାର ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ଯାଂଚ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ଯାଂଚ କମିଟିରେ ୩ଜଣ ଅବସରପ୍ରାପ୍ତ ବିଚାରପତି ଥିଲେ । ଏହି କମିଟି ୫ଶହ ପୃଷ୍ଠାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଚେନ୍ନାଇ ଆପୋଲରେ ମୃତ୍ୟୁ ହୋଇଥିଲା । ଡାକ୍ତର କହିଥିଲେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆମ୍ମାଙ୍କ ମୃତ୍ୟୁକୁ ନେଇ ଏଆଇଏଡିଏମକେ ନେତା ଓ ପନୀରସେଲଭମ ପ୍ରଶ୍ନ ଉଠାଇଥିଲେ । ପରେ ପଲାନୀସସ୍ୱାମୀ ସରକାର ଗଠନ କରିବା ପରେ ମୃତ୍ୟୁ ମାମଲାର ଯାଂଂ ପାଇଁ ଏକ ପ୍ୟାନେଲ ଗଠନ କରିଥିଲେ ।