ଆଇଏମଡି ଜିଏଫଏସ ମଡେଲ କହିଲା, ୨୮ ତାରିଖ ସକାଳେ ଓଡିଶାରେ ହୋଇପାରେ ଲ୍ୟାଣ୍ଡଫଲ୍। ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ୨୨ରେ ଅବପାତ ଆଶଙ୍କା।

509

କନକ ବ୍ୟୁରୋ: ଆଇଏମ୍ଡି-ଜିଏଫ୍ଏସ୍ ମଡେଲର ଆକଳନ । ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ସିତ୍ରାଙ୍ଗ’ । ଆଇଏମଡି-ଜିଏଫ୍ଏସ୍ ମଡେଲ ଜାରିକରିଛି । ଏହି ମଡେଲ କହୁଛି, ଉତ୍ତର ଓଡ଼ିଶା ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍ । ୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ଛୁଇଁପାରେ ସ୍ଥଳଭାଗ ।

ଆଇଏମଡି-ଜିଏଫଏସ୍ ମଡେଲ୍
ଉତ୍ତର ଓଡ଼ିଶା ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍
୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ଛୁଇଁପାରେ ସ୍ଥଳଭାଗ
ସେତେବେଳେ ଇସିଏମ୍ଡବ୍ଲୁଏଫ୍ ମଡେଲ ଜାରି କରିଛି । ଏହି ମଡେଲର ଆକଳନ ଅନୁସାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।
୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ ।

ଇସିଏମ୍ଡବ୍ଲୁଏଫ୍ ମଡେଲ୍
ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା
୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ

ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତି ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇଥିଲେ ବି ବିଭିନ୍ନ ମଡେଲ ଏହାକୁ ନେଇ ପୂର୍ବାନୁମାନ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗର ନଜର ସମସ୍ତ ମଡେଲ ଉପରେ ରହିଛି । ପ୍ରତ୍ୟେକ ମଡେଲକୁ ବିଶ୍ଳେଷଣ କରୁଛି ଆଇଏମଡି ।

ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ଉଠାଇଥିବା ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏହା ଲଘୁଚାପର ରୂପ ନେବା ଆଶଙ୍କା ରହିଛି । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଅଧିକ ଘନୀଭୂତ ହୋଇ ୨୨ ତାରିଖ ସକାଳେ ଏହା ନେଇପାରେ ଅବପାତର ରୂପ । ଆହୁରି ଘନୀଭୂତ ହୋଇ ତୀବ୍ର ଅବପାତ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ଆଶଙ୍କା ରହିଛି ।

ଲଘୁଚାପ ପରେ ସମୁଦ୍ର ଆଶାନ୍ତ ହେବା ଆଶଙ୍କା ଥିବାରୁ ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ବାରଣ କରାଯାଇଛି । ଏଥିପାଇଁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ କୁହାଯାଇଛି । ୨୩ ତାରିଖରୁ ଓଡ଼ିଶା ଉପକୂଳ ସମୁଦ୍ରର ଆଖପାଖ ଅଂଚଳକୁ ନଯିବା ପାଇଁ କୁହାଯାଇଛି ।

ଷ୍ଟିୟରିଂ କରେଣ୍ଟ, ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହା ହିଁ ବାତ୍ୟାର ଗତିପଥ, ତୀବ୍ରତା ନିର୍ଦ୍ଧାରଣ କରିଥାଏ । ଏପରିକି ବାତ୍ୟାର ମୋଡ଼ ବଦଳିବା ସମ୍ଭାବନା ମଧ୍ୟ ବଢ଼ିଥାଏ । ତେଣୁ ସମ୍ଭାବ୍ୟ ବାତ୍ୟା ରି-କର୍ଭ କରିବା ଆଶଙ୍କା ରହିଛି ।
ସବୁଠୁ ବଡ଼ କଥା ହେଉଛି ବାତ୍ୟା ପାଇଁ ଅନୁକୂଳ ବାତାବରଣ ରହିଛି ।
ସମୁଦ୍ର ପୃଷ୍ଠ ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ ଉପରେ ରହିଛି
ଅସ୍ଥିର ବାୟୁମଣ୍ଡଳ
ବାୟୁମଣ୍ଡଳର ନିମ୍ନ ଓ ମଧ୍ୟମ ଭାଗରେ ଉଚ୍ଚ ଆଦ୍ରତା
ତଳ-ଉପର ସ୍ତର ମଧ୍ୟରେ ବାୟୁ ପ୍ରବାହରେ ତାରତମ୍ୟ ହ୍ରାସ
ନିମ୍ନ ଘୂର୍ଣ୍ଣାୟମାନ ପ୍ରବାହ ଶକ୍ତିଶାଳୀ ରହିଛି

୨୩ ତାରିଖରୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ଆଶଙ୍କା ରହିଛି । ତେବେ ଲଘୁଚାପ ହେବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ । ଏପଟେ ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଏହି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।