ତାମିଲନାଡୁରେ ତେଜୁଛି ଜଲ୍ଲିକଟ୍ଟୁ ବନ୍ଦର ପ୍ରତିବାଦ : ବିଭିନ୍ନ ସ୍ଥାନରେ ବିକ୍ଷୋଭ, ରେଳରୋକ

27

କନକ ବ୍ୟୁରୋ :  ଜଲିକଟ୍ଟୁକୁ ସମର୍ଥନ କରି ତାମିଲନାଡୁରେ ବିକ୍ଷୋଭ ଜାରି ରହିଛି । ଗତ ୪ ଦିନ ଧରି ମରିନା ବିPeùe ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଜମା ହୋଇ ଜଲିକଟ୍ଟୁ ଆୟୋଜନ ସପକ୍ଷରେ ସ୍ଲୋଗାନ୍ ଦେଉଛନ୍ତି । ଷଣ୍ଢ ଲଢେଇ ସେମାନଙ୍କ ଧାର୍ମିକ ପ୍ରସଙ୍ଗ ସହ ଜଡିତ ଥିବାରୁ ଏହା ବିରୋଧରେ କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବନି ବୋଲି ସେମାନେ ଜିଦ୍ ଧରିଛନ୍ତି । ତେବେ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏ ସଂପର୍କରେ ଅଧ୍ୟାଦେଶ ଜାରି କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପନିରସେଲଭମ୍ ।

ଗୃହ ମନ୍ତ୍ରାଳୟକୁ ଏ ସଂପର୍କିତ ଡ୍ରାଫ୍ଟ୍ ପଠାଇ ଦିଆଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଏହା ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଜଲିକଟ୍ଟୁ ସପକ୍ଷରେ ରାଜ୍ୟରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିରୋଧୀ ।

ବିରୋଧୀଦଳ ଡିଏମକେ ପକ୍ଷରୁ ଆଜି ରେଳରୋକ ଆନ୍ଦୋଳନ କରାଯାଇଛି । ଜଲିକଟ୍ଟୁକୁ ନେଇ ରାଜ୍ୟରେ ଦେଖା ଦେଇଥିବା ପରିସ୍ଥିତି ସଂପର୍କରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ପନିରସେଲଭମ୍ । ତେବେ ମାମଲା କୋର୍ଟରେ ବିଚାରାଧିନ ଥିବାରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ପ୍ରଧାନମନ୍ତ୍ରୀ ।