ଚେପକ୍ ଷ୍ଟାଡିୟମକୁ ପ୍ରସ୍ତୁତ କରୁଛନ୍ତି ନିଜେ କ୍ୟାପଟେନ୍ କୁଲ୍ ଧୋନୀ । ସିଟକୁ ଲଗାଉଛନ୍ତି ରଙ୍ଗ । ଦେଖନ୍ତୁ, ଭିଡିଓ…..

259

କନକ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ବର୍ତ୍ତମାନ ସବୁ ଟିମ୍ ପ୍ରସ୍ତୁତିରେ ଲାଗିପଡିଥିବାବେଳେ, ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ପ୍ରାକ୍ଟିସ୍ ଚଲାଇଛି । ଏହାରି ଭିତରେ ଚେନ୍ନାଇର ଚେପକ ଷ୍ଟାଡିୟମରୁ ଆସିଛି ଏକ ରୋଚକ ଦୃଶ୍ୟ । ଚେପକ୍ ଷ୍ଟାଡିୟମର ସିଟରେ ରଙ୍ଗ ଦେଉଥିବା ନଜର ଆସିଛନ୍ତି ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ।

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଏବେ ଆସିଛି ସେହିପରି ଏକ ନୂଆ ଭିଡିଓ । ଷ୍ଟାଡିୟମର ସିଟକୁ ପଲିସ୍ କରୁଥିବା ନଜର ଆସିଛନ୍ତି ମାହି । ସିଏସକେ ମ୍ୟାନେଜର ରସେଲ ରାଧାକୃଷ୍ଣନଙ୍କ ସହ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ବୁଲିବା ସହିତ ଧୋନୀ ଏହି କାମ କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ୨୦୧୯ ପରେ ପ୍ରଥମ ଥର ପାଇଁ ହୋମ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବାକୁ ଯାଉଛି ସିଏସକେ । କୋଭିଡ୍ ମହାମାରୀ ପାଇଁ ଗଲା ପ୍ରାୟ ୩ ବର୍ଷ ହେଲା ୟୁଏଇ କିମ୍ବା କିଛି ସ୍ୱତନ୍ତ୍ର ଜାଗାରେ ଆୟୋଜିତ ହେଉଥିଲା । ଯେଉଁ କାରଣରୁ ଚେପକ୍ ଷ୍ଟାଡିୟମରେ ଦର୍ଶକ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେଉଥିଲେ । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଗୁଜରାଟ ଟାଇଟନ୍ସ ବିରୋଧରେ ଏହି ମ୍ୟାଚ୍ ଖେଳିବ ଦଳ । ତେବେ ଏପ୍ରିଲ ୩ ତାରିଖରେ ଦଳ ଚେନ୍ନାଇରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଥିବାବେଳେ, ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବିରୋଧରେ ଏହି ମ୍ୟାଚ୍ ଖେଳାଯିବ ।