ଓଆରଏଚଡିସି ଦୁର୍ନୀତି ମାମଲା, ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ । 

1,509

କନକ ବ୍ୟୁରୋ: ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡାଦେଶ ହୋଇଛି । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ କଲେ ଆଫ ୬ ମାସ ଲେଖାଁଏ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ।

ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ ବିନୋଦ କୁମାର । ତାଙ୍କ ସହ ସ୍ୱସ୍ତିରଞ୍ଜନ ମହାପାତ୍ର, ଉମେଶ ଚନ୍ଦ୍ର ସ୍ୱାଇଁ, ରଶ୍ମି ପଟ୍ଟନାୟକସ ରତନ କୁମାର ସାହୁଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି । ପୂର୍ବରୁ ୬ ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ଆଇଏଏସ ଅଧିକାରୀ ବିନୋଦ କୁମାର । ୨୦୦୦-୦୧ ଯାଏ ସେ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ରହିଥିଲେ ।