କୋଲକାତାକୁ ବଡ ଝଟକା: ଆଇପିଏଲରୁ ବାଦ ପଡିଲେ ଏହି ଷ୍ଟାର ବୋଲର

111

କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ଲେଅଫରେ ସ୍ଥାନ ପକ୍କା କରିବାକୁ ଏବେ ସଂଘର୍ଷ କରୁଛି କୋଲକାତା ନାଇଟ ରାଇଡର୍ସ । ଏହାରି ମଧ୍ୟରେ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ପ୍ୟାଟ କୁମିନ୍ସ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି । ଫଳରେ ସେ ଖୁବ ଶୀଘ୍ର ଅଷ୍ଟ୍ରେଲିଆ ଫେରିଯିବେ । ହିପ ଇନଜୁରୀ ଯୋଗୁଁ ତାଙ୍କୁ ଆଇପିଏଲରୁ ବିଶ୍ରାମ ଦିଆଯାଇଛି । ତାଙ୍କର ଏହି ଆଘାତ ଏତେ ଗମ୍ଭୀର ନୁହେଁ । ଶ୍ରୀଲଙ୍କା ଗସ୍ତ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି ।

ପ୍ୟାଟ କୁମିନ୍ସଙ୍କୁ କୋଲକାତା ୭ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ସେ ଚଳିତ ଆଇପିଏଲରେ ବିଳମ୍ବରେ ଟିମରେ ଯୋଗ ଦେଇଥିଲେ । ସେ ଏହା ପୂର୍ବରୁ ପାକିସ୍ତାନ ଗସ୍ତରେ ରହିଥିଲେ । ସେଠାରୁ ଫେରି ସେ ଆଇପିଏଲରେ ସାମିଲ ହୋଇଥିଲେ । ଏହି ସିଜିନରେ ସେ ମୋଟ ୫ଟି ମ୍ୟାଚ ଖେଳି ୭ଟି ୱିକେଟ ନେଇଛନ୍ତି । ଏହା ଦ୍ୱାରା କୁମିନ୍ସ ବ୍ୟାଟରେ ବି କମାଲ ଦେଖାଇଥିଲେ । ସେ ଏକ ମ୍ୟାଚରେ ଦୁର୍ଦ୍ଦଶ ବ୍ୟାଟିଂ କରି ୬୩ ରନ କରିଥିଲେ ।