ସୀମା ଟପିଲା ଭଞ୍ଜନଗର ପୁଲିସର ଜୁଲମ । ୭ ଦିନ ଧରି ଥାନାରେ ନିର୍ଯାତନା ପରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ ।

103

କନକ ବ୍ୟୁରୋ: ଭଞ୍ଜନଗର ଥାନାରେ ପୁଣି ଏକ ଚାଚଂଲ୍ୟ କର ଘଟଣା ଘଟିଯାଇଛି । ୭ ଦିନ ପୂର୍ବରୁ ଉଠାଇଆଣି ହାଜତରେ ନିର୍ଜାତନା ଦେଇଥିବା ବେଳେ ମା ଓ ପରିବାର ଲୋକଙ୍କୁ ଦେଖାକରିବାକୁ ମନା କରାଯାଉଥିଲା । ଏଭଳି ଘଟଣାରେ ଅସହ୍ୟ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି ହାଜତରେ ଥିବା ସୁଶାନ୍ତ କୁମାର ସାହୁ ଓରଫ ମିଟୁ । ସେ ବିସ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ନା ପୋଲିସ ତାକୁ ବିଷ ଦେଇ ମାରିଦେବାକ୍ୁ ଚେଷ୍ଟା କରିଛି ତାକୁ ସ୍ୱଷ୍ଟ କରିବାକୁ ପରିବାରଲୋକେ ଦାବି କରିଛନ୍ତି ।

୨୦୧୮ ମସିହାର ଏକ ୱାରେଂଟ୍ ବଳରେ ଭଞ୍ଜନଗର ପୋଲିସ ସ୍ଥାନୀୟ ଅଂଚଳର ସୁଶାନ୍ତ କୁମାର ସାହୁ ଓରଫ୍ ମିଟୁଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ୭ ଦିନ ଧରି ପୋଲିସ ମିଟୁକୁ କୋର୍ଟଚାଲାଣ ନକରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲା । ଶେଷରେ ପୋଲିସର ଜୁଲମ ସହି ନପାରି ମିଟୁ ହାଜତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମିଟୁକୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡ଼ିକାଲରେ ଭର୍ତି କରିଛି ।

ପୋଲିସ କିନ୍ତୁ ଏକଥାକୁ ଲୁଚାଇବାକୁ ଯାଇ ମିଟୁର ପେଟ କାଟୁଥିବାରୁ ଚିକିତ୍ସା କରିବାକୁ ମେଡ଼ିକାଲ ଆଣିଥିବା କହୁଛି । ହେଲେ ମିଟୁ ଅଚେତ ଥିବା ଓ ତା ପାଟିରୁ ପିଂନାଇଲ ଦୁର୍ଗନ୍ଧ ବାହାରିବା କଥାକୁ ପରୋକ୍ଷରେ ସ୍ୱିକାର କରି କହିଛନ୍ତି ଭଂଜନଗର ମେଡ଼ିକାଲ ସୁପରିଟେଣ୍ଡଟ ।

ସବୁଠୁୁ ବଡ କଥା ହେଉଛି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର ୨୪ ଘଂଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଛି । କିନ୍ତୁ ପୁଲିସ ବିନା ରିମାଣ୍ଡରେ ଆଇନ ବାହାରକୁ ଯାଇ ୭ ଦିନ ଧରି ମିଟୁକୁ ଥାନା ହାଜତରେ ରଖି ମାଡ ମାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଞ୍ଜନଗର ଥାନା ଅଧିକାରୀ ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ଘଟଣାରେ ଫସି ରହିଥିବା ବେଳେ ଏବେ ପୁଣି ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ।