ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ

30

କନକ ବ୍ୟୁରୋ : ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ପରିସରରେ ଗତ ୨୪.୦୪.୨୦୨୪ ଦିନ ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ।

ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ ଦେଇ ଉତ୍କଳ ହସ୍ପିଟାଲର Dean Director prof Dr.P.K.Das କହିଥିଲେ, ଉତ୍କଳ ହସ୍ପିଟାଲ ସାରା ଓ଼ଡିଶା ତଥା ପଡ଼ୋଶୀ ରାଜ୍ୟରେ Nuclear Medicine କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଅଛି ।  ହସ୍ପିଟାଲର Nuclear Medicine ବିଭାଗିୟ ମୁଖ୍ୟ Dr. Saroj Kumar Sahu ତାଙ୍କ ସନ୍ଦର୍ଭରେ କହିଥିଲେ ଯେ ମେଡିକାଲ୍ କ୍ଷେତ୍ରରେ ବିଭିନ୍ନ ରୋଗୀଙ୍କ ପାଇଁ Nuclear Medicine ର ଉପାଦେୟତା କେବଳ ରୋଗ ଚିହ୍ନଟରେ ସୀମିତ ନୁହେଁ, ଚିକିତ୍ସା କ୍ଷେତ୍ରରେ ବି ବିଶେଷ ସହାୟତା ହୋଇଥାଏ ।  ଏହି କ୍ଷେତ୍ରରେ ଉତ୍କଳ ହସ୍ପିଟାଲରେ କଣ କଣ ସୁବିଧା ଅଛି ସେସବୁ ବିଷୟରେ ଯୋଗଦେଇଥିବା ଡାକ୍ତର ମାନଙ୍କ ସହିତ ସାମ୍ନାସାମ୍ନି ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଶେଷରେ ହସ୍ପିଟାଲର Director Medical Services Dr. Ranjan Kumar Mohapatra ସୂଚାଇଥିଲେ ଯେ ଏପରି କର୍ମଶାଳା ଏଠାରେ ପ୍ରତିବର୍ଷ କରାଯିବାକୁ ଯୋଜନା ରହିଛି। ଏହି କର୍ମଶାଳାରେ ଉତ୍କଳ ହସ୍ପିଟାଲର Nuclear Medicine RSO Smt.Latika Devi ମଞ୍ଚ ପରିଚାଳନା କରିଥିଲେ ।