ଆମେରିକାର ଇଣ୍ଡିୟାନା ଫେଡେକ୍ସ ସେଣ୍ଟର ଗୁଳି କାଣ୍ଡ ଘଟଣା । ୪ ଜଣ ଶିଖ୍ ଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ

90

କନକ ବ୍ୟୁରୋ : ଆମେରିକାର ଇଣ୍ଡିୟାନା ରାଜ୍ୟର ଫେଡେକ୍ସ ସେଣ୍ଟର ନିକଟରେ ହୋଇଥିବା ଗୁଳିମାଡ ଘଟଣାରେ ୪ ଜଣ ଶିଖ୍ ସଂପ୍ରଦାୟର ଲୋକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫ ଜଣ ଗୁରୁତର ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ଚିହ୍ନଟ କରିବା ସହ କରିଛି । ପୋଲିସ କହିଛି କି ଆରୋପି ଜଣଙ୍କ ହେଉଛନ୍ତି ଇଣ୍ଡିୟାନା ରାଜ୍ୟର ୧୯ ବର୍ଷିୟ ବ୍ରେଣ୍ଡେନ ସ୍ପୋଟ ହୋଲ । ସେ ଲୋକଙ୍କୁ ଗୁଳିମାରିବା ପରେ ନିଜକୁ ବି ଗୁଳିକରି ହତ୍ୟା କରିଛି ।

କହିରଖୁ କି ଫେଡେକ୍ସ ସେଣ୍ଟରରେ ଡେଲିଭରି କାମ କରୁଥିବା ୯୦ ପ୍ରତିଶତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଏଠାରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଶିଖ୍ ସଂପ୍ରଦାୟର । ଏଭଳି ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ଇଣ୍ଡିୟାନା ଶିଖ୍ ସଂପ୍ରଦାୟର ନେତା ଗୁରିନ୍ଦର ସିଂ ଖାଲସା ।
ସୋମବାର ଦିନ ଆମେରିକୀୟ ଗଣମାଧ୍ୟମର ସୂଚନା ମୁତାବକ ଅଭିଯୁକ୍ତ ବ୍ରାଣ୍ଡେନ ଫେଡେକ୍ସ ପେସିଲିଟ ସେଣ୍ଟରେ ପ୍ରଥମେ କାମ କରୁଥିଲା । କୌଣସି କାରଣରୁ ସେ ସେଠାରୁ କାମ ଛାଡି ଦେଇଥିଲା ଓ ଏଭଳି ଘଟଣା ଘଟାଇଥିଲା ।
ଏହି ଦୁଖଦ ଘଟଣାକୁ ନେଇ ରାଷ୍ଟ୍ରପତି ଜୋ-ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ୍ ଦୁଖ ପ୍ରକାଶ କରିଛନ୍ତି ।