କରୋନା କବଳରେ ପୁରା ଦେଶ । ୨୪ ଘଂଟାରେ ୨ ଲକ୍ଷ ୩୪ ହଜାର ପାର ସଂକ୍ରମିତଙ୍କ ସଂଖ୍ୟା । ପୁଣି କିଲର କରୋନା ନେଲା ୧,୩୪୧ ଜୀବନ

90

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପର ମୁହାଁ । ଦେଶର ପ୍ରତିଟି ରାଜ୍ୟ ଓ ସହର ର ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ କରୋନା ସଂକ୍ରମଣ ତା’ର ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧ ଲକ୍ଷ ୨୩ ହଜାର ୩୫୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସାରା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୪୫,୨୬,୬୦୯ କୁ ବୃଦ୍ଧି ପାଇଛି ।  କରୋନା ସଂକ୍ରମଣରେ ଗତ ୨୪ ଘଂଟା ମଧ୍ୟରେ ୧୩୪୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କରୋନାରୁ ମୋଟ ସୁସ୍ଥକଙ୍କ ସଂଖ୍ୟା  ୧,୨୬,୭୧,୨୨୦  । ଅନ୍ୟପଟେ ଏବେ ୧୬,୭୯, ୭୪୦ ଜଣ ସଂକ୍ରମିତ ଚିକିତ୍ସିତ ଅଛନ୍ତି । ଦେଶରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧,୭୫, ୬୪୯ ରେ ପହଂଚିଥିବା ବେଳେ ୧୧,୯୯,୩୭,୬୪୧ ଜଣଙ୍କୁ ଟିକା ଦିଆଯାଇଛି ।

ଏତ ସରକାରୀ ରିପୋର୍ଟ  । କିନ୍ତୁ ବାସ୍ତବରେ ଯଦି ଦେଖାଯିବ ତେବେ ସରକାରୀ ରିପୋର୍ଟ ଠାରୁ ବହୁ ଆଗରେ ରହିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ହସ୍ପିଟାଲ ଠାରୁ ସ୍ମଶାନ ଯାଏ ସବୁଠାରେ ଗହଳି । ମେଡିକାଲରେ ବେଡ ନାହିଁ ରୋଗୀ ବାରଣ୍ଡାରେ ତ ଗାଡି ଭିତରେ ଚିକିତ୍ସିତ ହେଉଛନ୍ତି । ମେଡିକାଲ ଭିତରେ ଅକ୍ସିଜେନ ନାହିଁ ବିନା ଅକ୍ସିଜେନରେ ଉଡିଯାଉଛି ରୋଗୀଙ୍କ ପ୍ରାଣ । ଡାକ୍ତରଙ୍କ ପାଖରେ ଔଷଧ ନାହିଁ ଆଶ୍ୱାସନାରେ ଚାଲିଛି ଚିକିତ୍ସା ।

ଏତିକିରେ ସରିନାହିଁ ବ୍ୟବସ୍ଥାର ବିକଳ ଚିତ୍ର । ମୃତ୍ୟୁପରେ ଶବ ରଖିବାକୁ ନାହିଁ ସ୍ଥାନ । ଗୋଟିଏ ସ୍ଥାନରେ ଅଳିଆ ଭଳି କୁଢ କୁଢ କରି ରଖା ଯାଉଛି ଶବ । ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି ସ୍ମଶାନ ଘାଟରେ । ମୃତ ପରିଜନଙ୍କୁ ଧରି ଦାହ କରିବାକୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି ପରିଜନମାନଙ୍କୁ ।