ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୭୮ରେ ଇଂଲଣ୍ଡ ଅଲଆଉଟ । ବିଜୟ ପାଇଁ ଭାରତକୁ ଦରକାର ୩୮୧ ରନ

193

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୧୭୮ ରନରେ ଅଲଆଉଟ ହୋଇଥିବା ବେଳେ ଭାରତ ୧ ୱିକେଟ ହରାଇ ୩୯ ରନ କରିଛି । ଏହାସହ ମ୍ୟାଚର ୫ମ ଦିନରେ ଭାରତ ବିଜୟ ପାଇଁ ଆଉ ୩୮୧ ରନ ଆବଶ୍ୟକ କରୁଥିବାବେଳେ ହାତରେ ୯ଟି ଓ୍ବିକେଟ ଅଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଥିଲେ ।

ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦମଦାର ପାଳି ଖେଳିଥିଲା । ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ୫୭୮ ରନର ବିଶାଳ ସ୍କୋର ଛିଡା କରିଥିଲା । ହେଲେ ଭାରତ ତାର ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ ରନ ବଳରେ ଭାରତ ୩୩୭ ରନ କରିଥିଲା ।