ଧର୍ମୀୟ ଭାବନାକୁ ଆଘାତ କରି ବିକ୍ରି ହେଉଛି ଗୋବର୍ଦ୍ଧନ ପର୍ବତର ଶିଳା । ବିଜ୍ଞାପନ ଦେଇ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ

110

କନକ ବ୍ୟୁରୋ : କୋଟି କୋଟି ହିନ୍ଦୂୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାରେ ଥିବା ଗୋବର୍ଦ୍ଧନ ପର୍ବତର ଶିଳାକୁ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ । ଏହି  ସପିଂ କମ୍ପାନୀ ଇଣ୍ଡିଆ ମାର୍ଟରେ ମଧ୍ୟ ବିଜ୍ଞାପନ ଦେଇଛି । ବିଜ୍ଞାପନରେ ଶିଳାର ଦାମ ୫ ହଜାର ଟଙ୍କା ଲେଖା ଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଗିରି ଗୋବର୍ଦ୍ଧନ ଶୀଳା, ଗୋବର୍ଦ୍ଧନ ଷ୍ଟୋନ, ଗିରିରାଜ କୃଷ୍ଣ ଶିଳା ନାଁ ମଧ୍ୟ ରଖା ଯାଇଛି ।
ସୋମବାର ଦିନ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ସାଧୁସନ୍ଥ ଓ ସ୍ଥାନୀୟ ଲୋକ ଦେଖିବା ପରେ ଭୀଷଣ ରାଗି ଯାଇଥିଲେ । ଏହାକୁ ନେଇ ଶ୍ରଦ୍ଧାଳୁ ଓ ସନ୍ଥ ମାନେ ଗୋବର୍ଦ୍ଧନ ଥାନା ଘେରାଉ କରି ହଙ୍ଗାମା କରିଛନ୍ତି । କମ୍ପାନୀ ମାଲିକ ନାମରେ ମାମଲା ରୁଜୁ କରି ତାଙ୍କୁ ଗିରଫ୍ କରିବାକୁ ଦାବି କରିଛନ୍ତି ସାଧୁସନ୍ଥ ମାନେ ।

ଏନେଇ ସାଧୁ ଦିନବନ୍ଧୁ ଦାସ ମହାରାଜ କହିଛନ୍ତି କି ଗିରିରାଜ ହେଉଛନ୍ତି ସାଧୁସନ୍ଥ ଓ ବ୍ରିଜବାସୀଙ୍କ ଇଷ୍ଟ ଦେବତା । ଧାର୍ମିକ ଗ୍ରନ୍ଥରେ ଗିରିରାଜଙ୍କ ଶିଳାକୁ ଗିରିରାଜ ପାଦଦେଶରୁ ବାହାରକୁ ନେବା ନିଷିଦ୍ଧ ରହିଥିବା ବେଳେ ଅନଲାଇନ୍ ସପିଂ କମ୍ପାନୀ ଏଭଳି କରିବା ଏକ ବଡ ଅପରାଧ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହାର ନେଇ ବ୍ରିଜବାସୀ ଅଭିଯୋଗ କରିଛନ୍ତି କି ଗୋବର୍ଦ୍ଧନ ପର୍ବତକୁ ବିକ୍ରି କରିଦେବାକୁ ଉଦ୍ୟମ ଚାଲିଛି । ଗୋବର୍ଦ୍ଧନ ଶିଳାର ଦାମ୍ ଲାଗାଇ ତାକୁ ଖୋଲା ଖୋଲି ବିକ୍ରି କରାଯାଉଛି । ଏଭଳି କରି ସେମାନେ ହିନ୍ଦୁ ଧର୍ମର ଭାବନକୁ ଆଘାତ ଦେଇଛନ୍ତି । ଏଭଳି ଲୋକଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।