ଭାରତ ହେଉଛି ବିଶ୍ୱର ପ୍ରକୃତ ଲିଡର୍ । ମୋଦିଙ୍କୁ ତାଲିବାନର ପ୍ରଶଂସା 

784

କନକ ବ୍ୟୁରୋ : ଗୋଟିଏ ପଟେ ପାକିସ୍ତାନ ଓ ଆଫଗାନିସ୍ଥାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଭାରତକୁ ପ୍ରଶଂସା କରିଛି ତାଲିବାନ୍ । ଭୋକରେ ଡହଳ ବିକଳ ହେଉଥିବା ଆଫଗାନିସ୍ଥନର ଜନତାଙ୍କ ପାଇଁ ବଡ ସହାୟତାର ହାତ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ତାଲିବାନ ଭାରତର ପ୍ରଶଂସା କରିଛି ।

ଆଫଗାନିସ୍ଥାନକୁ ୨୦ହଜାର ମେଟ୍ରିକ୍ ଟନର ଗହମ ଯୋଗାଇ ଦେବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ତାହା ବି ସମ୍ପୁର୍ଣ୍ଣ ଶୁଳ୍କ ବିହିନ । ଆଫଗାନିସ୍ଥାନରେ ମୁଠାଏ ଖାଇବା ପାଇଁ ଲୋକେ ଯେଉଁଭଳି ଭାବେ ଡହଳବିକଳ ହେଉଛନ୍ତି ତାକୁ ଦୃଷ୍ଟିରେ ରଖି ଆଫଗାନିସ୍ଥାନକୁ ଭାରତ ସହାୟତା କରିଥିବା ଏକ ସରକାରୀ ବୟାନରୁ ଜଣାପଡିଛି । ଆଉ ଭାରତର ଏହି ସହାୟତାକୁ ନେଇ ପ୍ରଶଂସା କରିଛି ତାଲିବାନ୍ । ତାଲିବାନ ପ୍ରବକ୍ତାଙ୍କ ଏନେଇ କହିଛନ୍ତି, ଭାରତର ଏହି ସହାୟତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବ । କେବଳ ଏତିକି ନୁହେଁ ତାଲିବାନର ପ୍ରବକ୍ତା ଆହୁରି ପ୍ରଶଂସା କରି କହିଛନ୍ତି, ଭାରତ ହେଉଛି ବିଶ୍ୱର ପ୍ରକୃତ ଲିଡର୍ ।