ନବବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ : ମଞ୍ଚେଶ୍ୱର ଥାନାର ଦ୍ୱାରସ୍ତ ହେଲେ ମୃତକଙ୍କ ପରିବାର

221

କନକ ବ୍ୟୁରୋ : ଭୁବନେଶ୍ୱର ଜରିପାଟଣା ଗ୍ରାମରେ ନବବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ।  ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି  । ମୃତକ ହେଉଛନ୍ତି ଜଗତସିଂହପୁର ଡ଼ିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି ।  ସେ ଜରିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ୨ ମାସ ତଳେ ବିବାହ କରିଥିଲେ । ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛିି । ତାହା ଜଣା ପଡ଼ିନଥିବା ବେଳେ, ମଞ୍ଚେଶ୍ୱର ଥାନା ପୁଲିସର ଦ୍ୱାରସ୍ତ ହୋଇଛନ୍ତି ମୃତକଙ୍କ ପରିବାର ।