ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବୋଲିଂ କରିବ ଭାରତ । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ।

87

କନକ ବ୍ୟୁରୋ : ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେଲା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ସମାନ ଟିମ୍ ସହ ମୈଦାନକୁ ଓହ୍ଳାଇଥିବା ବେଳେ ଭାରତ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ସିରାଜଙ୍କ ବଦଳରେ ସାମି ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ସିରିଜର ଏହା ଶେଷ ମ୍ୟାଚ୍ ହୋଇଥିବା ବେଳେ ଭାରତ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି । ସେହିଭଳି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ରହିଛି । ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ଜିତିଲେ ସିଧାସଳଖ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇବ ।

ଅନ୍ୟପଟେ ସିରିଜର ଏହି ଶେଷ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ । କ୍ରିକେଟପ୍ରେମୀ ମଧ୍ୟ ଏହି ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।