ଡୋକଲାମ ଆମର ! ଭାରତକୁ ଚୀନ ଦେଖାଇଲା ନାଲି ଆଖି

52

ପୁଣି ଭାରତକୁ ଚୀନର ନାଲି ଆଖି । ଡୋକଲାମ ଚୀନର ଅଂଚଳ ବୋଲି ପୁଣି ଦୋହରାଇଛି ଚୀନ । ଏବଂ ଗତବର୍ଷର ବିବାଦରୁ ଭାରତ ଶିକ୍ଷା ନେବାର ଆବଶ୍ୟକତା ରହିଛି ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଚୀନର ଭାରତୀୟ ରାଜଦୂତ ଗୌତମ ବମ୍ବାବାଲେ ଦେଇଥିବା ମନ୍ତବ୍ୟର ଜବାବରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚିନୟୁଙ୍ଗ କହିଛନ୍ତି ଯେ, ଡୋକଲାମ ଚୀନର ଅଂଶ । କାରଣ ଏନେଇ ଚୀନ ନିକଟରେ ଐତିହାସିକ ଚୁକ୍ତିପତ୍ର ରହିଛି । ଚୀନ ସାର୍ବଭୌମର ଅଧିକାର ଭିତରେ ରହି ଡୋକଲାମ ଅଂଚଳରେ ତାର ଗତିବିଧି ରଖିଛି ବୋଲି ଚୀନ ମୁଖପାତ୍ର କହିଛନ୍ତି ।

କେବଳ ଏତିକି ନୁହେଁ ଚୀନ୍ ଆହୁରୀ ମଧ୍ୟ କହିଛି ଯେ, ଗତବର୍ଷ ଚୀନର ବୁଦ୍ଧିମାନର କାମ ଯୋଗୁଁ ବିବାଦରେ ସମାଧାନ ହୋଇଥିଲା । ଏବଂ ଭାରତ ଏଥିରୁ କିଛି ଶିକ୍ଷା ନେବା ଉଚିତ ବୋଲି ଚୀନ୍ କହିଛି । ଚୀନରେ ଥିବା ଭାରତୀୟ ରାଜଦୂତ ହଙ୍ଗକଙ୍ଗର ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟକୁ ସାକ୍ଷାତକାରରେ ଡୋକଲାମ ବିବାଦ ପାଇଁ ଚୀନକୁ ଦାୟୀ କରିଥିଲେ । ଏହାପରେ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ଟିପ୍ପଣୀ କରାଯାଇଛି ।