ବିଶ୍ୱ ଦରବାରରେ ଦମ ଦେଖାଇବ ଭାରତ! ୨୦୨୫ ସୁଦ୍ଧା ଭାରତର ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ
ବିଶ୍ୱ ଦରବାରରେ ଦବଦବା ଦେଖାଇବ ଭାରତ । ବଡ ବଡ ଦେଶକୁ ପଛରେ ପକାଇ ବିଶ୍ୱ ଅର୍ଥନୀତିର ସବୁଠୁ ଶକ୍ତିଶାଳୀ ଦେଶ ଭାବେ ଉଭା ହେବ ଭାରତ । ଭାରତୀୟ ଅର୍ଥନୀତିର ଆକାର ଆସନ୍ତା ୨୦୨୫ ମସିହା ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ଆକଳନ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ୭ରୁ ୮ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ନେଇ ବାତାବରଣ ରହିଛି। ସରକାର ଷ୍ଟାର୍ଟ ଅପ୍, ଏମଏସଏମଇ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଆସନ୍ତା ୭ରୁ ୮ ବର୍ଷ ପର୍ୟ୍ୟନ୍ତ ଯଦି ଅର୍ଥନୀତିରେ ସାମଗ୍ରୀ ଓ ସେବାର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସହିତ ଚାହିଦା ସୃଷ୍ଟି କରାଯାଇ ପାରେ ତା’ହେଲେ ୨୦୨୫ ସୁଦ୍ଧା ଆମ ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଛୁଇଁପାରେ। ଏହି ଲକ୍ଷ୍ୟ ଧାର୍ୟ୍ୟ ମଧ୍ୟ ତର୍କସଙ୍ଗତ ବୋଲି ଭାରତୀୟ ଶିଳ୍ପ ମହାସଂଘ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଶିଳ୍ପ ସଂଘ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗର୍ଗ କହିଛନ୍ତି। ବର୍ତମାନ ଭାରତୀୟ ଅର୍ଥନୀତିର ଆକାର ୨.୫ ଲକ୍ଷ କୋଟି ଡଲାର ରହିଛି। । ଏହାଫଳରେ ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ହୋଇ ରହିଛି ବୋଲି ସେ କହିଛନ୍ତି।