ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀ। ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଝୁଲୁଛି ତାଲା।

53

କନକ ବ୍ୟୁରୋ: ଛୁଟିରେ ଡାକ୍ତର । ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଝୁଲୁଛି ତାଲା । ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ହସପିଟାଲରେ ଅବ୍ୟବସ୍ଥା ଯୋଗୁୁ ବଢୁଛି ଅସନ୍ତୋଷ । ପ୍ରତିଦିନ ହସପିଟାଲକୁ ଦୂରଦୂରାନ୍ତରୁ ଆସୁଛନ୍ତି ରାଗୀ । ହେଲେ ଜଣେ ଡାକ୍ତର ଅଛନ୍ତି କହି ରୋଗୀମାନଙ୍କୁ ଦିଆଯାଉନି ଚିକିତ୍ସା । ଯାହାଫଳରେ ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି ରୋଗୀ ।

ସେହିଭଳି କାନ ଓ ନାକ ବିଭାଗରେ କୌଣସି ଡାକ୍ତର ନାହାନ୍ତି । ଡାକ୍ତର ଛୁଟିରେ ଥିବା ବେଳେ ବିଭାଗରେ ପଡ଼ିଛି ତାଲା । ରୋଗୀମାନଙ୍କୁ ସଠିକ୍ ଚିକିତ୍ସା ଦେବାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନୂତନ ଗୃହ ନିର୍ମାଣ ହୋଇଛି । ହେଲେ ବିଭିନ୍ନ ସମୟରେ ଏହିଭଳି ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛି ମେଡିକାଲା କେତେବେଳେ ରୋଗୀ ମୃତ୍ୟୁ ତ କେତେବେଳେ ରୋଗୀ ଆତ୍ମହତ୍ୟା । ଆଉ ଡାକ୍ତର ଅଭାବ ଭଳି ସମସ୍ୟା ଯେମିତି ମେଡିକାଲରେ ସାଧାରଣ ଘଟଣା ପାଲଟିଛି, ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।