୩୧ ବର୍ଷର ଦଣ୍ଡ ପରେ ଜେଲରୁ ମୁକୁଳିଲେ ନଳିନୀ ଶ୍ରୀହରନ । ସୋନିଆଙ୍କ ମତକୁ କଂଗ୍ରେସର ନାପସନ୍ଦ

1,127

କନକ ବ୍ୟୁରୋ :  ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ସଜା କାଟିବା ପରେ ଜେଲରୁ ମୁକୁରିଲେ ନଳିନୀ ଶ୍ରୀହରନ । ଚେହ୍ନାଇର ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିବା ବେଳେ ଶନିବାର ସକାଳେ ପୁଣି ଜଲେ ଯାଇଥିଲେ । ସେଠାରେ ସମସ୍ତ ବିଧିକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ସ୍ୱଗର୍ତ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ନଳୀନି, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସମ୍ବିଧାନର ୧୪୨ରେ ଥିବା କ୍ଷମତା ପ୍ରୟୋଗରେ ସୁପ୍ରିମ କୋର୍ଟ ହତ୍ୟା ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ୬ଜଣଙ୍କୁ ଜେଲରେ ମୁକୁଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ୩୧ ବର୍ଷ ସଜ୍ଜା କାଟିଥିବା ନଳିନୀ ଜେଲରୁ ମୁକୁଳିଛନ୍ତି ।

ସେପଟେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଏଭଳି ଜେଲରୁ ମୁକୁଳାଯିବାକୁ ଦଳ ସହଜରେ ଗ୍ରହଣ କରିପାରି ନାହିଁ । ଏନେଇ ସୋନିଆ ଗାନ୍ଧୀ ସହମତ ଥିବା ବେଳେ ଦଳର ବରିଷ୍ଠ ନେତା ଅଭିଷେକମନୁ ସିଂଘଭୀ ଓ ଜୟରାମ ରମେଶ କହିଛନ୍ତି କି ଆମ ପାଖରେ ଯାହା ବିକଳ୍ପ ରହିଛି ତାହାକୁ ଆମେ ଉପଯୋଗ କରିବୁ ।