ବିଞ୍ଝାରପୁର ବ୍ଲକରେ ବ୍ୟାପକ ଦୁର୍ନୀତି। କେବେ ଦୁର୍ନୀତିଗସ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ?

95

କନକ ବ୍ୟୁରୋ: କେବେ ଦୁର୍ନୀତିଗ୍ରସ୍ତ ସରପଞ୍ଚ ଓ ସରକାରୀ ଅଧିକାରୀଙ୍କ ଠାରୁ ଆଦାୟ ହେବ ଜରିମାନା? କେବେ ଦୁର୍ନୀତିଗସ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ? ବିଞ୍ଝାରପୁର ବ୍ଳକରେ ୨୦୧୯-୨୦ ଆର୍ôଥକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଏହି ଚର୍ଚ୍ଚା ଏବେ ଜୋରଧରିଛି । ମନରେଗା ଯୋଜନା ଦୁର୍ନୀତିରେ ସମ୍ପୂକ୍ତ ସରପଞ୍ଚ ଓ ସରକାରୀ ଅଧିକାରୀଙ୍କ ଠାରୁ ୧୫ଲକ୍ଷ ୭୨ ହଜାର ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଆସିବା ପରେ ବି ଏପର୍ଯ୍ୟନ୍ତ ଟଙ୍କାଟିଏ ଆଦାୟ ହୋଇପାରିନି । ତେବେ ପ୍ରଶ୍ନ ଉଠୁଛି କିଏ ଦେଉଛି ଏହି ଦୁର୍ନୀତିଗସ୍ତ ସରପଞ୍ଚ ଓ ଅଧିକାରୀଙ୍କୁ ସୁରକ୍ଷା । ଦୁର୍ନୀତି ପ୍ରମାଣିତ ହେବା ପରେ ବି କାହା ଚାପରେ ବ୍ଲକ ପ୍ରଶାସନ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ବିଂଝାରପୁର ବ୍ଲକର ଆଉଁରି, ସିଂହପୁର, ଜରି, ବାଙ୍ଗରା, ପଂତେପୁର ଏବଂ ଓଳେଇଚନ୍ଦନପୁର ପଂଚାୟତରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ କରିଥିଲା କେନ୍ଦ୍ରୀୟ ଟିମ । ଏହି ଟିମ ତଦନ୍ତ କରିବା ପରେ ବାଙ୍ଗରା, ଆଉଁରି ଓ ଓଳେଇଚନ୍ଦନପୁର ପଂଚାୟତର ତତ୍କାଳୀନ ସରପଞ୍ଚ ଓ ପିଇଓ, ଜିଆରଏସ ଙ୍କ ଠାରୁ ୧୫ ଲକ୍ଷ ୭୨ ହଜାର ଟଙ୍କା ଆଦାୟ ଲାଗି ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ଅନ୍ୟ ୩ଟି ପଞ୍ଚାୟତ ଜରି, ଫତେପୁର ଏବଂ ସିଂହପୁର ପଂଚାୟତ ସଂପର୍କରେ କେନ୍ଦ୍ରୀୟ ଟିମର ରିପୋର୍ଟକୁ ବିଂଝାରପୁର ବ୍ଲକ ପ୍ରଶାସନ ଚାପି ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଦୁର୍ନୀତିଗସ୍ତଙ୍କ ଠାରୁ ଟଙ୍କା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ସୂଚନା ଅଧିକାର ଆଇନର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।