ଖାଦ୍ୟ ଉପରେ ସର୍ଭିସ ଚାର୍ଜ ଆଦାୟ କରିପାରିବେନି ହୋଟେଲ ଓ ରେଷ୍ଟୁରାଂଟ । ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

275

କନକ ବ୍ୟୁରୋ : ସେବାଦେୟ ନେଇ ପାରିବେନି ହୋଟେଲ । ଏନେଇ ମାର୍ଗଦର୍ଶିକା ଜାରି କରିଛି ସିସିପିଏ ।କେହି ଯଦି ଏହି ନିୟମକୁ ଉଲ୍ଲଂଘନ କରେ ସେମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।
ଖାଦ୍ୟ ଉପରେ ସେବାଦେୟ ଆଦାୟ ବେଆଇନ୍ । ଗ୍ରାହକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଠାରୁ ଏହାକୁ ଆଦାୟ କରିବା ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ଏବେ ମହଙ୍ଗା ପଡ଼ିବ । ସ୍ୱତଃପ୍ରବୃତ ହେଉ କିମ୍ବା ଭୁଲବଶତଃ ଏମାନେ ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ । ଯଦି କରନ୍ତି ତାହେଲେ ଏହାର ପରିଣାମ ଭୋଗିବେ । ଖାଲି ସେତିକି ନୁହେଁ ହୋଟେଲ ଏବଂ ରେଷ୍ଟୁରାଂଟଗୁଡ଼ିକ ଅନ୍ୟ କୌଣସି ଶୁକ୍ଲ ବାହାନାରେ ବି ଏହାକୁ ଲଗାଇପାରିବେ ନାହିଁ । ନିୟମର ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମାର୍ଗଦଶିକା ଜାରି କରିଛନ୍ତି କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ । ସେବାଦେୟକୁ ନେଇ ଅନେକ ଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି । ଏହାକୁ ବେଆଇନ୍ ଦର୍ଶାଇଛି ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ।