ଲଘୁଚାପ ପ୍ରଭାବରେ ଆଜି ୧୧ଟି ଜିଲ୍ଲାକୁ ବର୍ଷା ସମ୍ଭାବନା । ଆସନ୍ତା ୫ଦିନ ଯାଏଁ ବର୍ଷିବ 

1,750

କନକ ବ୍ୟୁରୋ : ଉତର ଛତିଶଗଡ଼ ଏବଂ ଉତର- ପୂର୍ବ ମଧ୍ୟପ୍ରଦେଶରେ ଲଘୁଚାପ ସକ୍ରିୟ ରହିଛି । ରାଜସ୍ତାନର ଯଶେଲମେରରୁ ବାହାରି ଝାରସୁଗୁଡ଼ା , ପୁରୀ ମଧ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ବଙ୍ଗୋପସାଗରରୁ ମେଘ ଖଣ୍ଡଗୁଡ଼ିକ ଉପକୂଳ ମୁହାଁ ହେବା ସହ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ୧୧ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି  ଆଂଚଳିକ ପାଣିପାଗ କେନ୍ଦ୍ର ।

ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁରୁ. ଅନୁଗୁଳ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଗତକାଲି କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସମ୍ବଲପୁରୁ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିଲା । ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ବର୍ଷା ।