ବଢୁଛି ଘରୋଇ ହିଂସା । ପ୍ରଥମେ ସ୍ୱାମୀକୁ ନିଦ ବଟିକା ଦେଇ ପରେ କରେଣ୍ଟ ଦେଇ ହତ୍ୟା କଲା ସ୍ତ୍ରୀ

526

କନକ ବ୍ୟୁରୋ: ଦିନକୁ ଦିନ ଘରୋଇ ହିଂସା ବଢିବାରେ ଲାଗିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ବଦାୟୁଁରେ । ପ୍ରଥମେ ସ୍ୱାମୀକୁ ନିଦ ବଟିକା ଦେଇ ବେହୋସ୍ କରିବା ପରେ ବିଦ୍ୟୁତ୍ କରେଣ୍ଟ ଦେଇ ହତ୍ୟା କରିଛି ସ୍ତ୍ରୀ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ ପରି ଜେରା କରୁଛି । ତେବେ ସ୍ୱାମୀ ଜଣକ ମହିଳାଙ୍କୁ ଖରାପ ବ୍ୟବହାର କରିବା ସହ ମାରପିଟ କରୁଥିବା ଅଭିଯୋଗ କରିଛି ଅଭିଯୁକ୍ତ ପତ୍ନୀ ।

ମୃତକ ଇସ୍ଲାମନଗରରେ ରହୁଥିଲା । ୧୧ ପୂର୍ବରୁ ବିବାହ ହୋଇଥିଲା । ତାଙ୍କ ପତ୍ନୀ ଓ ତିନି ସନ୍ତାନ ଇସ୍ଲାମାବାଦ୍ ନଗରରେ ରହୁଥିଲେ । ମୃତକ ସ୍ୱୀମୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାବେଳେ ଅନେକ ସମୟରେ ପତ୍ନୀକୁ ମାରପିଟ୍ କରିବା ସହ ତା’ର ଚିରିତ୍ର ଉପରେ ସନ୍ଦେହ କରୁଥିଲା । ଏହି ଘଟଣାରେ ଅତିଷ୍ଠ ହୋଇ ଶେଷରେ ପତ୍ନୀ ଚରମ ପଦକ୍ଷେପ ନେଇଥିଲାଏବଂ ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନିଜେ ପୋଲିସ ଆଗରେ ସ୍ୱୀକାର କରିଛି ।