ବ୍ରିଟେନରେ ହିନ୍ଦୁଙ୍କ ଉପରେ ଆକ୍ରମଣ: ୨ ସଂଖ୍ୟାଲଘୁ ଗିରଫ

75

କନକ ବ୍ୟୁରୋ: ବ୍ରିଟେନର ଲିସେଷ୍ଟରରେ ହିନ୍ଦୁଙ୍କ ଉପରେ କିଛି ମୁସଲିମ୍ ଯୁବକ ଆକ୍ରମଣ କରିଛନ୍ତି । ଅଗଷ୍ଟ ୨୮ରେ ଏସିଆ କପ୍‌ କ୍ରିକେଟ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ସେହିଦିନ କିଛି ହିନ୍ଦୁବ୍ୟକ୍ତି ଏବଂ ସେମାନଙ୍କ ଘର ଉପରେ ମୁସଲମାନମାନେ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀଙ୍କ ବିରୋଧରେ କାର୍ୟ୍ୟାନୁ‌ଷ୍ଠାନ ଦାବିକରି ହିନ୍ଦୁମାନେ ଗତକାଲି ଲିସେଷ୍ଟର ସହର ରାସ୍ତାରେ ବିକ୍ଷୋଭ କରିଥିଲେ।

ତେ‌ବେ କିଛି ମୁସଲିମ ଲୋକ ଆନ୍ଦୋଳନକାରୀଙ୍କ ଉପରକୁ କାଚ ବୋତଲ ଫିଙ୍ଗିଥିଲେ। ଏଥିସହିତ ପୁଲିସ ସମ୍ମୁଖରେ କିଛି ମୁସଲିମ ଲୋକ ଗେରୁଆ ପତାକାକୁ ଅସମ୍ମାନ କରାଯାଇଥିଲା। ଶନିବାର ହିଂସା ମାମଲାରେ ଲିସେଷ୍ଟର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ତେବେ ବିବାଦ ଆରମ୍ଭ ଦିନଠାରୁ ଏହି ମାମଲାରେ ଏପର୍ୟ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି।