ଜ୍ୟାକଲିନଙ୍କୁ ପୁଣି EOWର ସମନ । ଆଜି ଜେରା କରିବ ଦିଲ୍ଲୀ ପୋଲିସ

105

କନକ ବ୍ୟୁରୋ: ମହାଠକ ସୁକେଶକୁ ନେଇ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ପିଛା ଛାଡୁନି ବିବାଦ । ଏକାଧିକ ଥର ଜେରାର ଶିକାର ହେଉଛନ୍ତି ଜ୍ୟାକଲିନ୍ । ଆଜି ତାଙ୍କୁ ପୁଣିଥରେ ସମନ ଜାରି କରିଛି ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଋଙଡ) । ଆଜି ତାଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ ।

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେର ଫେର ମାମଲା ପାଇଁ ପୁଣି ଡକାଇଛନ୍ତି। ଜ୍ୟାକଲିନ ମଧ୍ୟ ଏହି ସଂପର୍କରେ ବୁଧବାର ଋଙଡ ସମ୍ମୁଖରେ ହାଜର ହୋଇଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପିଙ୍କି ଇରାନୀ ଜ୍ୟାକଲିନଙ୍କ ସହ ଅଛନ୍ତି। ଇରାନ ହିଁ ଜ୍ୟାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ପରିଚିତ କରିଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ତାଙ୍କୁ ସୋମବାର ତଦନ୍ତରେ ଯୋଗଦେବାକୁ କୁହାଯାଇଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା କାର୍ୟ୍ୟସୂଚୀକୁ ଦର୍ଶାଇ ସେ ଅଧିକ ତାରିଖ ପାଇଁ ଅନୁରୋଧ କରିଥିଲେ।

ଏହି ମାସ ଆରମ୍ଭରେ, ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ନୋରା ଫତେହିଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପକ୍ଷରୁ ମଧ୍ୟ ୬ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଏହା ସହ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ପୂର୍ବରୁ ମଧ୍ୟ ନୋରାଙ୍କୁ ଏବାବଦରେ ପ୍ରଶ୍ନ କରାଯାଇଥିଲା। ଅଗଷ୍ଟ ୧୭ରେ ଦାଖଲ ହୋଇଥିବା ଇଡି ଏହାର ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚନ୍ଦ୍ରଶେଖରଙ୍କ ସହ ଜଡିତ ବହୁ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରିଛି। ନୋରା ଫତେହି ଏବଂ ଜ୍ୟାକ୍‌ଲିନ୍‌ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ମହଙ୍ଗା କାର ଏବଂ ଅନ୍ୟାନ୍ୟ ଉପହାର ନେଇଥିଲେ।