ନିର୍ମାଣ ହେଲା ଯୋଗୀଙ୍କ ମନ୍ଦିର … ଏଠାରେ ପ୍ରତିଦିନ ହୁଏ ଆଳତୀ , ମନ୍ଦିରରେ ବାଜେ ଯୋଗୀଙ୍କ ଭଜନ 

602

ବୈଦିକ କାଳରୁ ଜ୍ୟୋର୍ତିଲିଙ୍ଗର ସ୍ଥାପନ ସହିତ ମନ୍ଦିରର ପ୍ରଚଳନ , ପୂଜା-ପଦ୍ଧତି ମଧ୍ୟ ଆରମ୍ଭ ହୋଇଛି । ମନଠାରୁ ଦୂର କୌଣସି ଆଧ୍ୟାତ୍ମିକ ସ୍ଥାନ ଯେଉଁଠି ଈଶ୍ୱର କିମ୍ବା ଗୁରୁଙ୍କୁ ଆରାଧନା କରାଯାଏ ତାହାକୁ ଆମେ ମନ୍ଦିର କହିଥାଉ । ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଏମିତି ଏକ ମନ୍ଦିରର ପ୍ରତିଷ୍ଠା କରାଯାଇଛି । ଯାହା ଶ୍ରୀରାମଙ୍କ ସଂକଳ୍ପକୁ ନେଇ ତ ପ୍ରସ୍ତୁତ କରାଯାଇଛି କିନ୍ତୁ ଏଠାରେ ପୂଜା ପାଉଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯୋଗୀ ଆଦିତ୍ୟନାଥଙ୍କ ଏହି ମନ୍ଦିର ଅଯୋଧ୍ୟା-ଗୋରଖପୁର ହାଇୱେ ନିକଟ ଭରତକୁଣ୍ଡଠାରେ ପ୍ରତିଷ୍ଠା କରାଯାଇଛି । ଭରତକୁଣ୍ଡ ହେଉଛି ସେହି ସ୍ଥାନ ଯେଉଁଠି ଅନୁଜ ଭରତ ଶ୍ରୀରାମଙ୍କ କଠଉକୁ ମସ୍ତକରେ ନେଇ ସିଂହାସନ ଉପରେ ୧୪ ବର୍ଷ କାଳ ରଖିଥିଲେ । ଏବେ ୨୦୧୪ ରୁ ଯୋଗୀ ସମର୍ଥକ ରହିଥିବା ପ୍ରଭାକର ମୋର୍ଯ୍ୟ ଯୋଗୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ଏନେଇ ପ୍ରଭାକର କୁହନ୍ତି , ଏହି ମନ୍ଦିର ନିର୍ମାଣ କରି ସେ ତାଙ୍କ ସଂକଳ୍ପ ପୁରା କରିଛନ୍ତି । ସେ ସଂକଳ୍ପ କରିଥିଲେ ଯେ କେହି ବି ଅଯୋଧ୍ୟାରେ ଶ୍ରୀରାମଙ୍କ ଦିବ୍ୟ ଏବଂ ଭବ୍ୟ ମନ୍ଦିର ପ୍ରସ୍ତୁତ କରାଇବେ ସେ ତାଙ୍କର ମନ୍ଦିର ନିର୍ମାଣ କରିବେ । ଶ୍ରୀରାମ ମନ୍ଦିର ପ୍ରସ୍ତୁତ କରିବାରେ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ବଡ଼ ଥିଲା ତେଣୁ ସଂକଳ୍ପ ଅନୁସାରେ ସେ ତାଙ୍କ ମନ୍ଦିର ପ୍ରସ୍ତୁତ କରିଥିଲେ ।

ଏହି ମନ୍ଦିରରେ ଯୋଗୀଙ୍କ ମୂର୍ତ୍ତିର ଉଚ୍ଚତା ୫ ଫୁଟ ୪ ଇଞ୍ଚ୍ । ମୂର୍ତ୍ତିର କପଡ଼ା ବି କେଉଁ ରଙ୍ଗର ହେବ ଏହା ଉପରେ ମଧ୍ୟ ଧ୍ୟାନ ରଖାଯାଇଛି । ଗେରୁଆ ବସ୍ତ୍ର ଯାହା ଯୋଗୀ ଆଦିତ୍ୟନାଥ ପରିଧାନ କରନ୍ତି ତାହାକୁ ହିଁ ମୂର୍ତ୍ତିରେ ପିନ୍ଧାଯାଇଅଛି । ଅଯୋଧ୍ୟାର ଏହି ଯୋଗୀ ମନ୍ଦିରରେ ପୂଜା , ଆଳତୀ ମଧ୍ୟ କରାଯାଏ । ଆଳତୀ ସମୟରେ ତାଙ୍କ ଉପରେ ଲେଖାଥିବା ସଂଗୀତ ମଧ୍ୟ ବାଜିଥାଏ ।