ଆଉ ୫ ଦିନ ଯାଏଁ କଲବଲ କରିବ ତାତି : ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ଆକଳନ

263

କନକ ବ୍ୟୁରୋ : ଆଉ ୫ ଦିନ ଯାଏଁ କଲବଲ କରିବ ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ୨୧ ତାରିଖ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତକାଲି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଅନୁଭୁତ ହୋଇଛି । ବାରିପଦା ପୁଣି ପାଲଟିଥିଲା ରାଜ୍ୟର ଉତପ୍ତ ସହର । ବାରିପଦାରେ ଗତକାଲି ୪୪ ଦଶମିକ୍ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ବାରିପଦା ପଛକୁ ତାପମାତ୍ରା ବୌଦ୍ଧରେ ୪୩ ଦଶମିକ ୫ ଡିଗ୍ରୀ, ନୂଆପଡ଼ାରେ ୪୩ ଦଶମିକ୍ ୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୩ ଦଶମିକ ୪ ଡିଗ୍ରୀ, ତାଳଚେରରେ ୪୩ ଦଶମିକ ୨ ଡିଗ୍ରୀ ରେକର୍ଡ ହୋଇଥିଲା । ଗତକାଲି ବିଶ୍ୱର ଚତୁର୍ଥ ଉତପ୍ତ ସହର ଥିଲା ବାରିପଦା । ସେହିପରି ଦ୍ୱାଦଶ ସ୍ଥାନରେ ରହିଥିଲା ଝାରସୁଗୁଡ଼ା । ବିଶ୍ୱର ସବୁଠୁ ଉତପ୍ତ ୧୫ଟି ସହର ମଧ୍ୟରେ ଭାରତର ୮ଟି ସହର ଥିଲା ।