ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲା : ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

81

କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସ୍ୱୀକୃତି ମିଳିବ ନା’ ନାହିଁ ତା ଉପରେ ରହିବ ଦେଶର ନଜର ରହିଛି ।

ସରକାରଙ୍କ ଯୁକ୍ତି ଅନୁସାରେ, କେବଳ ବିଷମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାତରଅନ୍ତର ନୁହେଁ। କାରଣ ଏହା ପ୍ରଚଳିତ ପରମ୍ପରା ଏବଂ ସାମାଜିକ ଓ ଆଇନଗତ ଭାବେ ଏହା ସର୍ବଜନଗୃହୀତ । ସବୁ ଧର୍ମରେ ବିଷମଲିଙ୍ଗୀ ବିବାହକୁ ହିଁ ସ୍ବୀକୃତି ମିଳିଥାଏ । ହିନ୍ଦୁ ଆଇନରେ ଏହା ଏକ ପବିତ୍ର ଅନୁଷ୍ଠାନ । ଏପରି କି ଇସଲାମ ଧର୍ମରେ ମଧ୍ୟ କେବଳ ଜଣେ ଜୈବିକ ପୁରୁଷ ଓ ଜଣେ ଜୈବିକ ନାରୀ ଭିତ‌ରେ ହିଁ ବିବାହ ସଂଘଟିତ ହୋଇଥାଏ ।

ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ ଯେଉଁ ଆବେଦନ କରାଯାଇଛି ତାହା କେବଳ କେତେଜଣ ସହରୀ ବୁଦ୍ଧିଜୀବୀଙ୍କ ଦ୍ବାରା ସାମାଜିକ ଗ୍ରହଣୀୟତା ପାଇଁ କରାଯାଇଛି । କିନ୍ତୁ ସମାଜ ଏହାକୁ କେବେ ବି ଗ୍ରହଣ କରିବ ନାହିଁ । ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଏସ୍‌କେ କୌଲ, ଜଷ୍ଟିସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ୍ ନରସିଂହଙ୍କ ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠ ଏ ସମ୍ପର୍କରେ ଆଗତ ଏକାଧିକ ମାମଲାର ଶୁଣାଣି ଆଜି କରିବେ ।