ଝାରସୁଗୁଡ଼ା ଉପ-ନିର୍ବାଚନ : ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ

125

କନକ ବ୍ୟୁରୋ : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ଆଉ ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ପୂର୍ବରୁ ୧୫ ତାରିଖରେ ନବୀନ ନିବାସ ଯାଇ ଦଳର ନେତା, ସଂଗଠନ ସଂପାଦକ ଏବଂ ଦଳୀୟ ପର୍ଯ୍ୟବେଶକଙ୍କ ଉପସ୍ଥିତିରେ ଆଲୋଚନା କରି ଫେରିଥିଲେ ଦୀପାଳି । ବିଜେଡି ସୁପ୍ରିମୋ ନବୀନଙ୍କ ଠାରୁ ଦଳୀୟ ଟିକେଟ ଗ୍ରହଣ କରି ଆସିବା ପରେ ସେ ଗଣମାଧ୍ୟମକୁ ଟିକେଟ୍ ଦେଖାଇଥିଲେ । ସେତେବେଳେ ଦୀପାଳି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛନ୍ତି, ବିଜୟୀ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ତିନି ପ୍ରମୁଖ ଦଳଙ୍କ ଭିତରେ ବିଜେଡି ପ୍ରଥମେ ଏହାର ପ୍ରାର୍ଥୀ ଘାଷଣା କରିଥିଲା ।

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମେ ବାବା ଝାଡ଼େଶ୍ବରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନମୋହନ ଏମ୍‌ଇ ସ୍କୁଲ ପଡ଼ିଆ‌ରୁ ବରିଷ୍ଠ ବିଜେପି ନେତାଙ୍କ ସହ ବାହାରି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମୀର ମହାନ୍ତି, କନକବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଧାୟକ ଭବାନୀ ଶଙ୍କର ଭୋଇ, ନାଉରୀ ନାୟକ, ଶଙ୍କର ଓରାମ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।