ଶନିଦେବଙ୍କୁ ସୁନା କଳସ ଦାନ ନେଇ ମୁହଁ ଖୋଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: କହିଲେ, ଦାନ କଲେ ଭୁଲ ରହିଲା କେଉଁଠି

11,860

କନକ ବ୍ୟୁରୋ: ଶନିଙ୍କୁ ସୁନା କଳସ ଦାନ, ସତ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଛନ୍ତି, ଠାକୁରଙ୍କୁ ଦାନ କରିବାରେ ଭୁଲ୍ ରହିଲା କେଉଁଠି । ଓଡିଶାବାସୀ ଖୁସିରେ ରହିବା ପାଇଁ ସେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନ କରିଛନ୍ତି । ତେବେ ସେ କଳସ ପାଇଁ ମାତ୍ର ୧୦ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି । ଏଥିସହ ଯେଉଁମାନେ ଖବର ପ୍ରକାଶିତ କରିଛନ୍ତି ସେମାନେ ହିନ୍ଦୁଧର୍ମକୁ ଜଗନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ।

ଗତସପ୍ତାହରେ କୁମ୍ଭ ରାଶିରେ ଶନି ଚଳନ କରିଥିଲେ । ଏହି ସମୟରେ ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରରେ ଏହି ବହୁମୂଲ୍ୟ କଳସକୁ ନବ ଦାସ ଦାନ କରିଥିଲେ । ଯାହାର ଭିଡିଓ ମଧ୍ୟ ପରବର୍ତି ସମୟରେ ସାମନାକୁ ଆସିଥିଲା । ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଥିଛି ନବ ଦାସ, ତାଙ୍କ ପରିବାର ସହ ଶନିଦେବଙ୍କ ପୂଜା କରୁଛନ୍ତି । ଚର୍ଚ୍ଚା ହେଉଛି, ଏହି କଳସ ୭ ଶହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି । ଯାହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହେବ । ୨୦ ବର୍ଷ ପରେ ଶନି ଅମାବାସ୍ୟା ଭଳି ଦୁର୍ଲଭ ଯୋଗ ପଡିଥିବାରୁ ନବ ଦାସ ଏହି ଦାନ କରିଛନ୍ତି ।