ସୟଦ ମୋଦୀ ହତ୍ୟାକାଣ୍ଡ ମାମଲା, ଭଗବତୀ ସିଂହଙ୍କୁ କୋର୍ଟରୁ ଝଟକା।

75

କନକ ବ୍ୟୁରୋ: ସୁପ୍ରିମକୋର୍ଟ ୩୪ ବର୍ଷ ପୁରୁଣା ବ୍ୟାଡମିଣ୍ଟନ ଖେଳାଳି ସୟଦ ମୋଦୀ ହତ୍ୟାକାଣ୍ଡରେ ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ ସାମିଲ ଥିବା ସୁଟର ଭଗବତୀ ସିଂହ ଓରଫ ପପୁକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟ ଅଭିଯୁକ୍ତଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା ଯେ ୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଉ । ଏଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଜଣେ ବଞ୍ଚିଛନ୍ତି । ମାମଲା କେବଳ ଜଣେ ବ୍ୟକ୍ତିଙ୍କ ବୟାନ ଉପରେ ନିର୍ଭର କରୁଛି । ତାଙ୍କର ଏଥିରେ କୌଣସି ଭୂମିକା ନାହିଁ କିମ୍ବା ତାର କିଛି ପ୍ରମାଣ ନାହିଁ । ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ମାମଲା ଖାରଜ ହୋଇଯାଇଛି ।

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୨୦୨୨ ଜୁନରେ ସୟଦ ମୋଦୀଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଏହି ରାୟ ଜଷ୍ଟିସ ରମେଶ ସିହ୍ନା ଏବଂ ଜଷ୍ଟିସ ସରୋଜ ଯାଦବଙ୍କ ପୀଠ ଶୁଣାଇଥିଲେ । ଏହି ମାମଲାରେ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ସଂଜୟ ସିଂହ. ଅମିତା କୁଲକର୍ଣ୍ଣୀ ମୋଦୀ , ଅଖିଲେଶ ସିଂହ, ବଲଇ ସିିଂହ, ଅମର ବାହାଦୂର ସିଂହ, ଜିତେନ୍ଦ୍ର ସିଂହ, ଭଗବତୀ ସିଂହଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲେ ।