ମହିଳାଙ୍କ ମୁଣ୍ଡକାଟ ଘଟଣା : କେଉଁଠି ପଡିଛି କଟାମୁଣ୍ଡ ? ଘଟଣାସ୍ଥଳରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ

271

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ସିନ୍ ରିକ୍ରିସିଏନ କରୁଛନ୍ତି ଅଭିଯୁକ୍ତ । ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ତାଙ୍କ ଶରୀରକୁ ଫୋପାଡି ଦେଇଥିଲେ । କିନ୍ତୁ ମହିଳାଙ୍କ କଟାମୁଣ୍ଡ ମିଳିପାରିନଥିଲା । ପୋଲିସ ଖୋଳତାଡ ଜାରି ରଖିଥିଲା । ଆଜି ମହିଳାଙ୍କ ପରିଚୟ ମିଳିଛି । ମହିଳାଙ୍କ ନାଁ ପୁଷ୍ପଲତା ବୋଲି କହିଛନ୍ତି ଅଭିଯୁକ୍ତ ।

ଆଜି ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ପୋଲିସ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତି ଅଂଚଳର ବୋଲି ସୁଚନା ମିଳିଛି । ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିବା ସୁଚନା ଦେଇଛି ପୋଲିସ । ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଂଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ ।

ତେବେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେ ହିନ୍ଦୀ ଭାଷାରେ ପୋଷ୍ଟର ଜାରି କରିଥିଲା ପୋଲିସ । ମୃତ ମହିଳଙ୍କ ପରିଚୟ ନେଇ ସୁଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ଗତକାଲି ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗହ କରିଥିଲା ପୋଲିସ । ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ ।

ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।