ଚଳଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କର ରିହାନାଙ୍କୁ କହିଲେ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟର ନ୍ୟାସନାଲ ମେମ୍ବର । ଏମିତି ଯବାବ୍ ରଖିଲେ ରିହାନା …

292

କନକ ବ୍ୟୁରୋ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ୍ ପରେ ସେ ବେସ୍ ଚର୍ଚ୍ଚାରେ ରହିଛନ୍ତି । ଟ୍ୱିଟ୍ ମାଧ୍ୟମରେ ସେ ଭାରତୀୟଙ୍କୁ ତାଙ୍କପ୍ରତି ଆକର୍ଶିତ କରିବାକୁ ଚେଷ୍ଟା କରିଛନ୍ତି । କିଷାନ ଆନ୍ଦୋଳନକୁ ନେଇ ରିହାନାଙ୍କ ଏକ ଟ୍ୱିଟ ଉପରେ ବଲିଉଲ ଅଭିନେତ୍ରୀ ସ୍ୱରା ଭାସ୍କର ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ କି ସେ ରିହାନାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟରନ୍ୟାସନାଲ ମେମ୍ବର ବୋଲି କହିଛନ୍ତି । ରିହାନାଙ୍କୁ ନେଇ ସ୍ୱରାଙ୍କ ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ଓ ଏହା ଉପରେ ୟୁଜର୍ସ ମାନେ ରି ଟ୍ୱିଟ୍ କରିବାରେ ଲାଗିଛନ୍ତି । ସ୍ୱରା ଭାସ୍କର ତାଙ୍କ ଟ୍ୱିଟ୍ ରେ ଏକ ଫଟୋ ବି ଅପଲୋଡ କରିଛନ୍ତି ।  ଯାହା କି ଏକ ଚା କପ୍ ଓ ତାହା ଉପରେ ୱାର୍କ, ୱାର୍କ ଓ ୱାର୍କ ବୋଲି ଲେଖାଯାଇଛି । କହିରଖୁ କି କୃଷକ ଆନ୍ଦୋଳନକୁ ନେଇ ରିହାନା ଏକ ଟ୍ୱିଟ୍ କରିଥିଲେ , ଯେଉଁଥିରେ ସେ ଲେଖିଥିଲେ କି ‘ଆମେ ସେମାନଙ୍କ ଉପରେ କାହିଁକି ଆଲୋଚନା କରୁନାହୁଁ’ ।

ରିହାନାଙ୍କ ପରେ କୃଷକ ଆନ୍ଦୋଳନକୁ ନେଇ ମିଆ ଖଲିଫା, ଆମାଣ୍ଡା ସର୍ନୀ, ଓ ଗ୍ରେଟା ଥନବର୍ଗ ବି ଟ୍ୱିଟ୍ କରିଥଲେ । ଏମାନଙ୍କ ଟ୍ୱିଟ୍ କୁ ନେଇ କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି କିଛି ନେତା ଓ ଅଭିନେତା ବି ଟ୍ୱିଟରରେ ଜବାବ୍ ରଖିଥିଲେ । ଏଭଳି ସ୍ଥଳେ ସ୍ୱରା ଭାସ୍କରଙ୍କ କଥା ଯଦି କୁହାଯିବ ସେ ହେଉଛନ୍ତି ବଲିଉଡର ଜଣେ କଳାକାର ଓ ଏହାସହ ତାଙ୍କର ଏକ ସ୍ୱତନ୍ତ୍ର ବିଚାରଧାରାକୁ ନେଇ ସେ ଭାରତରେ ବେସ୍ ପରିଚିତ । ସେ ସବୁବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ରଖିବା ସହ ବିଭିନ୍ନ ଆନ୍ଦୋଳନ ସ୍ଥଳରେ ପହଂଚି ସରକାରଙ୍କୁ ଟାର୍ଗେଟ୍ କରିଥା’ନ୍ତି । ହେଲେ ତାଙ୍କର ମତକୁ ନେଇ ସେ ଅନେକ ସମୟରେ ଟ୍ରୋଲରେ ଶିକାର ହୋଇଛନ୍ତି । ମାତ୍ର ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କ ସବୁବେଳେ ସେ କଡା ଜବାବ୍ ଦେଇଛନ୍ତି ।