ଅରୁଣାଚଳ ପ୍ରଦେଶର ତବାଙ୍ଗ ଠାରେ ଭାରତ ଓ ଚୀନ ସୈନିକ ପୁଣି ମୁହାଁମୁହିଁ । ଉଭୟ ପକ୍ଷର ଅନେକ ଯବାନ ଆହତ

182

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତବାଙ୍ଗ ଠାରେ ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ଭାରତ ଓ ଚୀନ ଯବାନ । ଏହି ଘଟଣାରେ ଉଭୟ ପକ୍ଷର ଅନେକ ଯବାନ ଆହତ ହୋଇଛନ୍ତି । ରକ୍ଷାମନ୍ତ୍ରଣାଳୟର ସୂଚନା ମୁତାବକ ଏହି ଘଟଣା ଚଳିତମାସ ୯ ତାରିଖରେ ହୋଇଥିଲା ।

 ସୂଚନା ମୁତାବକ ତବାଙ୍ଗ ଠାରେ ଚୀନର ପିପୁଲ୍ସ ଲିବରେସନ ଆର୍ମି  ଭାରତ ସୀମା ପର୍ଯ୍ୟନ୍ତ ପଳାଇଆସିଥିଲା । ହେଲେ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା । ଏହି କ୍ରମରେ ଉଭୟ ଦେଶର ଯବାନ ଆହତ ହୋଇଛନ୍ତି । ହେଲେ ଭାରତୀୟ ସେନା ଚୀନ ସେନାକୁ ପଛକୁ ଫେରାଇ ଦେଇଛନ୍ତି । ଏହାପରେ ଉଭୟ ଦେଶର କମାଣ୍ଡର ଏକ ଫ୍ଲାଗମିଟିଂ କରିଛନ୍ତି ।