ଜ୍ଞାନବାପୀ ପରିସରରେ ସର୍ଭେ କାମ ବନ୍ଦ : ୨ ଦିନ ପାଇଁ କଟକଣା ଲଗାଇଲେ ସୁପ୍ରିମକୋର୍ଟ

251

କନକ ବ୍ୟୁରୋ : ଜ୍ଞାନବାପୀ ପରିସରରେ ସର୍ଭେ କାମ ବନ୍ଦ । ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ । ୨ ଦିନ ପାଇଁ ସୁପ୍ରିମକୋର୍ଟ ଏହି କଟକଣା ଲଗାଇଛନ୍ତି । ଜୁଲାଇ ୨୬ ସନ୍ଧ୍ୟା ୫ଟା ଯାଏଁ କଟକଣା ଲାଗିଛି । ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିିଚାଳନା କମିଟି ମାମଲା ଦାୟର କରିଥିଲା ।

ପୂର୍ବରୁ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବାପୀ ମସଜିଦରେ ସାଇନଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିଲ ହୋଇଥିବା ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ସର୍ଭେ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।