ମୃତଦେହ ନେବାକୁ ନାହିଁ ପୋଲ କି ରାସ୍ତା : ଭରା ନଈରେ ଶ୍ମଶାନକୁ ନିଆଗଲା ଶବ

190

କନକ ବ୍ୟୁରୋ : ଗାଁକୁ ନାହିଁ ରାସ୍ତା । ଭରା ନଈ ପାର ହୋଇ ମୃତଦେହ ଗଲା ଶ୍ମଶାନ । କାନ୍ଧରେ ଶବ ଧରି ଅତି ବିପଦଜନକ ଭାବେ ନଈ ପାର ହେଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଚାରଡ଼ା ଗାଁରେ । ଶନିବାର ସଂଧ୍ୟାରେ ଚାରଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ମୃତଦେହକୁ ଶଶ୍ମାନ କେମିତି ନେବେ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ । ଶେଷରେ ସମ୍ପର୍କୀୟ, ଗ୍ରାମବାସୀ ମିଶି ଭରା ନଈରେ କାନ୍ଧରେ ମୃତଦେହ ରଖି ଶ୍ମଶାନ ନେଇଥିଲେ ।

ନଦୀର ପ୍ରବଳ ସୁଅରେ ହାତ ଧରାଧରି ହୋଇ ଅତି ବିପଦଜନକ ଭାବେ ହୋଇଥିଲେ ପାର । ଗାଁଲୋକ କହିବା କଥା ଗାଁର ମଶାଣି ନଦୀ ସେପାରିରେ । ରାସ୍ତା କି ପୋଲ ନଥିବାରୁ ନଈ ଭିତରେ ପଶି ଶ୍ମଶାନ ଯିବାକୁ ପଡ଼େ । ହେଲେ ଲଗାଣ ବର୍ଷା ସାଙ୍ଗକୁ ନଦୀରେ ପାଣି ଥିବାରୁ ବିପଦଜନକ ଭାବେ ଶେଷକୃତ ପାଇଁ ମୃତଦେହ ନେବାକୁ ପଡ଼ିଥିଲା । ଚିରସ୍ରୋତା ନଦୀ ହୋଇଥିବାରୁ ଖରା ଦିନେ ବି ଏଠାରେ ଆଣ୍ଠୁଏ ଆଣ୍ଠୁଏ ପାଣି ରୁହ । ବାରମ୍ବାର ଏନେଇ ପ୍ରଶାସନ ପାଖେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଗାଁଲୋକ ।