ଗୁଜରାଟରେ ଝୁଲା ପୋଲ ଭୁଶୁଡିବା ଘଟଣା: ନଦୀ ଭିତରକୁ ଖସପଡିଲେ ୪ ଶହରୁ ଅଧିକ ଲୋକ, ୩୦ରୁ ଅଧିକଙ୍କ ମୃତ୍ୟୁ ସୂଚନା

564

କନକ ବ୍ୟୁରୋ: ଗୁଜରାଟରେ ମୌରବୀରେ ବଡ ଦୁର୍ଘଟଣା । ଝୁଲା ଫୋଲ ଭୁଶୁଡିଯିବା ଫଳରେ ୪ ଶହରୁ ଅଧିକ ଲୋକ ନଦୀ ଭିତରକୁ ଖସିପଡିଥିବା ଆଶଙ୍କା କରାଯାଉଛି  । ଏମାନଙ୍କ ମଧ୍ୟରୁ ଅନେକ ପାଣି ଭିତରେ ବୁଡିଯାଇଛନ୍ତି । ମଚ୍ଛୁ ନଦୀରେ  ଏହି ବଡ ଦୁର୍ଘଟଣା ଘଟିଛି । ବର୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକ ପ୍ରାଣ ହରାଇଲଣେି ।  ମୃତକଙ୍କ ପରିବାରକୁ  ଗୁଜରାଟ ସରକାର  ୪ ଲକ୍ଷ ଲେଖାଁଏ  ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଁଏ  ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତୀ ନିଜର ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଘଟଣାସ୍ଥଳକୁ ଯାଇଛନ୍ତି । ବର୍ତମାନ ସୁଦ୍ଧା ୭୦ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲ ପଠାଯାଇଛି । ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ ।

ଏହି ସମୟରେ ହଠାତ୍ ପୋଲଟି ଭୁଶୁଡିଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି  । ଅନେକଙ୍କୁ ତୁରନ୍ତ ହସପିଟାଲ ନିଆଯାଇଛି । ଏହି ଝୁଲା ପୋଲଟି ୩ ଦିନ ତଳେ ଲୋକଙ୍କ ପାଇଁ ଖୋଲାଯାଇଥିଲା । ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ  ଟ୍ୱିଟ କରି ଦୁ୍ଃଖ ପ୍ରକାଶ କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ କଥାବାର୍ତ୍ତା ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା କରିବାକୁ  ସେ ନିର୍ଦ୍ଦେଶ ଦେଇଛନ୍ତି ।  ପୁଲିସ ଓ ପ୍ରଶାସନ ସହ ସ୍ଥାନୀୟ ଲୋକ ଉଦ୍ଧାର କାମରେ ଲାଗିଛନ୍ତି । କୁହାଯାଉଛି, ଏହି ଝୁଲା ପୋଲ ବହୁତ ପୁରୁଣା ଥିଲା  ଓ ମରାମତି ପରେ ୩ ଦିନ ତଳେ ଲୋକଙ୍କ ପାଇଁ ଖୋଲାଯାଇଥିଲା ।