ଅଷ୍ଟ୍ରେଲିଆ ତୁଳନାରେ କେରଳର ୩ଟି କଂପାନି ପାଖରେ ଥିବା ସୁନା ଅଧିକ

50

କନକ ବ୍ୟୁରୋ : ସୁନା ଋଣ ପ୍ରଦାନ କରୁଥିବା କେରଳର ୩ଟି କଂପାନି ପାଖରେ ଯେତେ ପରିମାଣର ସୁନା ଅଛି, ବିଶ୍ୱର ଅନେକ ଦେଶରେ ଏତିକି ସୁନା ନ’ଥିବ । ଏହାର ପରିମାଣ ବେଲ୍‌ଜିୟମ୍‌, ସିଂଗାପୁର, ସ୍ୱିଡେନ୍‌ ଓ ଅଷ୍ଟ୍ରେଲିଆ ଭଳି ବିତ୍ତଶାଳୀ ଦେଶ ଠାରୁ ବି ଅଧିକ ବୋଲି କୁହାଯାଉଛି ।

ଭାରତରେ ସୁନାର ଚାହିଦା ରହିଛି । ସମଗ୍ର ବିଶ୍ୱରେ ଯେତେ ସୁନା ଅଛି, ସେଥିରୁ ୩୦ ପ୍ରତିଶତ ଭାରତ ପାଖରେ ରହିଛି । ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ସୁନା କିଣି ଘରେ ରଖିବାକୁ ଭଲ ପାଆନ୍ତି । କେବଳ ଏତିକି ନୁହେଁ, ଭାରତରେ ସୁନାର ସାମାଜିକ ଆବଶ୍ୟକତା ବି ରହିଛି । ଅନ୍ୟପକ୍ଷରେ କେରଳରେ ୨ଲକ୍ଷ ଲୋକ ସୁନା କଂପାନିରେ କାମ କରନ୍ତି ।