ଉଚ୍ଛେଦ ବେଳେ ଉତ୍ତେଜନା : ଖଣି ପାଇଁ ଏସପି-ବିଧାୟକ ମୁହାଁମୁହିଁ

998

କନକ ବ୍ୟୁରୋ : ଖଣିକୁ ନେଇ ମୁହାଁମୁହିଁ ହେଲେ ବିଧାୟକ ଓ ଏସପି । ଅନୁଗୁଳୁ ଭାଲୁଗାଡିଆଠାରେ ପ୍ରଶାସନ ଓ ବିଧାୟକ ହେଲେ ମୁହାଁମୁହିଁ । ଜମିଅଧିଗ୍ରହଣକୁ ନେଇ ଏପରି ସ୍ଥିତି ଉପୁଜିଥିବା ବୋଲି ଜଣାଯାଇଛି । ତେବେ ଦୀର୍ଘଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ  ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ବିଭିନ୍ନ ଦାବୀ ନେଇ ବିରୋଧ କରି ଆସୁଥିଲେ ।  ତେବେ ଜମି ବଦଳରେ ସେମାନଙ୍କୁ ଅନ୍ୟତ୍ର ଜମି ପ୍ରଦାନ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିଲା ।

କିନ୍ତୁ ଏହି ଦାବୀର କୌଣସି ପ୍ରତିକାର ନକରି ଆଜି ପ୍ରଶାସନିକ ଅଧିକାରୀମାନେ ଭାଲୁଗାଡିଆ ଅଂଚଳରୁ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହାକୁ ବିରୋଧ କରିଥିଲେ ଅଂଚଳବାସୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଂଚଳବାସୀଙ୍କୁ ଅନୁରୂପ ଭାବରେ ସମର୍ଥନ ଜଣାଇବା ସହ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରୁ ଅନ୍ୟ ଶତାଧିକ ଆନ୍ଦୋଳନକାରୀଙ୍କ ସମେତ ବିଧାୟକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।