ଫର୍ଚୁନର ନମ୍ବର ପ୍ଲେଟରେ ଲେଖାଥିଲା ‘ଠାକୁର’ । ମାଲିକ ଗଣିଲେ ୨୮ ହଜାର ଟଙ୍କା

15,007

କନକ ବ୍ୟୁରୋ: ଫର୍ଚୁନର କାର ନମ୍ବର ପ୍ଲେଟରେ ନମ୍ବର ବଦଳରେ ଲେଖାଥିଲା ‘ଠାକୁର’ । ଏହାର ଭିଡିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିବା ପରେ ପୁଲିସ ଏହାର ଯାଞ୍ଚ କଲା । ଏକ ଚେକ୍ ଗେଟରେ କାରଟିକୁ ରୋକି ମାଲିକଠାରୁ ୨୮ହଜାର ଟଙ୍କା ଚାଲାଣ କାଟିଥିବା ଜଣାପଡିଛି ।

ଉତ୍ତରପ୍ରଦେଶ ବାରାଣସୀରେ ଏକ ଫର୍ଚୁନର ଗାଡି ମାଲିକକୁ ପୁଲିସକୁ ଆଖି ଦେଖାଇବା ମହଙ୍ଗା ପଡିଲା । ଫର୍ଚୁନର ମାଲିକଙ୍କ କାର ନମ୍ବର ପ୍ଲେଟରେ ନମ୍ବର ଲେଖାନହୋଇ ଠାକୁର ବୋଲି ଲେଖାହୋଇଥିଲା । ଏହା ସହ ଗାଡି ପଛରେ ପୁଲିସ ବୋଲି ମଧ୍ୟ ଲେଖାହୋଇଥିଲା । ଚେକଗେଟରେ ଗାଡି ରୋକିବାରୁ ମାଲିକ ଜଣକ ପୁଲିସ ସହ ଯୁକ୍ତିତର୍କ କରିଥିଲେ ଯାହା ତାଙ୍କୁ ଅଡୁଆରେ ପକାଇଥିଲା । ଶେଷରେ ୨୮ ହଜାର ୫୦୦ ଟଙ୍କା ଚାଲାଣ କଟିଥିଲା ।