ଆସନ୍ତାକାଲି ଥାନାରେ ହାଜର ହେବେ ହ୍ୟୁମାନ ସାଗର : ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ; ଉଭୟଙ୍କୁ ହେବ କାଉନସେଲିଂ

96,151

କନକ ବ୍ୟୁରୋ : ଆସନ୍ତାକାଲି ଥାନାରେ ହାଜର ହେବେ ହ୍ୟୁମାନ ସାଗର । କଟକ ଡିସିପି ଏ ନେଇ ସୂଚନା ଦେଇଛନ୍ତି । ହ୍ୟୁମାନ୍ ଏବଂ ତାଙ୍କ ପତ୍ନୀଙ୍କୁ କାଉନସେଲିଂ କରାଯିବ । ଘରୋଇ ହିଂସା ନେଇ ପତ୍ନୀ ଅଭିଯୋଗ କରିଛନ୍ତି ।

ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।